
ବିଚାର ଦିନରେ ନିର୍ଭୟ
ସାରାଂଶ
ବିଚାର ଦିନ ବିଷୟରେ ଚିନ୍ତା କରିବା ଅନେକ ଲୋକଙ୍କ ହୃଦୟରେ ଭୟର ଆନ୍ଦାଳନ ସୃଷ୍ଟି କରେ। ଆମେ କିପରି ନିଶ୍ଚିତ ହୋଇପାରିବୁ ଯେ ଆମେ ହିସାବର ସେହି ଶେଷ ଦିନକୁ ନିରାପଦରେ ଅତିକ୍ରମ କରିବୁ? ଈଶ୍ୱର କହିଲେ ସେ ଆମକୁ ଜଣେ ଆଡଭୋକେଟ୍ ଦେବେ—କେହି ଜଣେ ଆମ ପାଇଁ ବିଚାରରେ ମଧ୍ୟସ୍ଥି ହେବେ ଯେପରି ଜଣେ ଓକିଲ ପାର୍ଥିବ ଅଦାଲତରେ ଆମ ମାମଲା ପାଇଁ ନିବେଦନ କରନ୍ତି। ଏହି ପ୍ରଚାରପତ୍ର ଆମକୁ ଏହି ମଧ୍ୟସ୍ଥି ସହିତ ପରିଚିତ କରାଇଥାଏ ଏବଂ ଆମକୁ ଆଗାମୀ ବିଚାର ବିଷୟରେ ଚିନ୍ତା କରୁଥିବା ବେଳେ କିପରି ଆଶ୍ୱାସନା ରହିବା ତାହା ଶିଖାଏ।
ଟାଇପ୍ କରନ୍ତୁ
Tract
ପ୍ରକାଶକ
Sharing Hope Publications
ଉପଲବ୍ଧରେ
35 ଭାଷାଗୁଡିକ
ପୃଷ୍ଠାଗୁଡ଼ିକ
6
ଦିନେ ସକାଳେ, ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ ଯୋଗଦେବା ପାଇଁ ମୋର ହୋଟେଲ ରୁମରୁ ବାହାରିଲି । ମୋର ବିଳମ୍ବ ହୋଇଯାଇଥିଲା । ତେଣୁ ମୁଁ ଦ୍ରୁତ ଗତିରେ ଗାଡ଼ିକୁ ଯେତିକି ବେଗରେ ଚଲାଇବାର ଅନୁମତି ଥିଲା, ତା’ଠାରୁ—ଅଧିକ ବେଗରେ ଚଲାଇଲି । ମୋ ଗନ୍ତବ୍ୟ ସ୍ଥଳକୁ ଅଧା ରାସ୍ତାରେ ଜଣେ ପୋଲିସ ଅଧିକାରୀ ମୋତେ ଅଟକାଇ କହିଲେ ଯେ ମୋତେ ପୋଲିସ ଷ୍ଟେସନକୁ ଯିବାକୁ ପଡ଼ିବ! ମୁଁ ଅତ୍ୟଧିକ ଅଧୀର ଓ ଅସହାୟ ଅନୁଭବ କଲି କାରଣ ମୁଁ ଜାଣିଥିଲି ଯେ ମୁଁ ଦୋଷୀ ।
ପୋଲିସ ଅଧିକାରୀ ମୋ ବିରୋଧରେ ଏକ ମାମଲା ଫାଇଲ ଖୋଲିବା ପରେ ମୋତେ ଡାକିବା ପାଇଁ ନିକଟସ୍ଥ କୋର୍ଟକୁ ନିଆଯାଇଥିଲା । ସେଠାରେ, ମୁଁ ଜଣେ ବନ୍ଧୁଙ୍କୁ ଭେଟିଲି ଯିଏ ଓକିଲ ଭାବରେ କାମ କରୁଥିଲେ। ସେ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ମୁଁ ଯେତେବେଳେ ମୋର ପରିସ୍ଥିତି କହିଲି, ସେ କହିଲେ, “ବ୍ୟସ୍ତ ହୁଅ ନାହିଁ । ମୁଁ ଆପଣଙ୍କ ମାମଲା ସମ୍ଭାଳିବି ।” ମୁଁ ବହୁତ ଖୁସି ହେଲି । ମୋର ନିଜ ବନ୍ଧୁ ମୋର ଓକିଲ ହେବେ!
ମୋର ବନ୍ଧୁ ମୋ ତରଫରୁ ଓକିଲ କରିଥିବା ଯୋଗୁଁ ବିଚାରପତି ମୋ ନିମନ୍ତେ ଅତି ଅଳ୍ପ ଜୋରିମାନା ଲାଗୁ କଲେ । ମୁଁ ଈଶ୍ୱରଙ୍କୁ ପ୍ରଶଂସା କରି କୋର୍ଟରୁ ବିଦାୟ ନେଲି ।
ପାର୍ଥିବ ବିଚାରପତିଙ୍କ ସମ୍ମୁଖରେ ଠିଆ ହେବା ଏହା ପ୍ରକୃତରେ ଭୟଙ୍କର ଅଟେ । କିନ୍ତୁ ମହାନ ବିଚାର ଦିନରେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେଲେ ଯେଭଳି ହେବ, ତା’ ତୁଳନାରେ ଏହା କିଛି ନୁହେଁ । ଯଦି ଆସନ୍ତାକାଲି ସେହି ଦିନ ଆସିବ, ଆପଣ ପ୍ରସ୍ତୁତ ହେବେ କି?
ବିଚାର ପାଇଁ ପ୍ରସ୍ତୁତି
କିଛି ଲୋକ ଆସୁଥିବା ବିଚାରଦିନକୁ ଅସାବଧାନ ଭାବନାକୁ ନେଇ ଉତ୍ତର ଦିଅନ୍ତି । ସେମାନେ ମଦ୍ୟପାନ, ଧୂମପାନ କରନ୍ତି, ଜୁଆ ଖେଳନ୍ତି, ନାଇଟ୍ କ୍ଲବକୁ ଯାଆନ୍ତି ଏବଂ ଖରାପ ଭିଡିଓ ଦେଖନ୍ତି। ସେମାନେ ହୁଏତ ଜାଣିଥିବେ ଯେ ଏହି କର୍ମଗୁଡ଼ିକ ରେକର୍ଡ ପୁସ୍ତକରେ ଲେଖାଯାଉଛି, କିନ୍ତୁ ସେମାନେ ଶୟତାନର ଭ୍ରାନ୍ତିରେ ଫସି ରହିଛନ୍ତି (ସୈତାନ ନାମରେ ମଧ୍ୟ ଜଣାଶୁଣା) । ସେମାନେ ସେଥିରେ ଧ୍ୟାନ ଦିଅନ୍ତି ନାହିଁ ।
ଅନ୍ୟ ଲୋକମାନେ ଅତ୍ୟଧିକ ଭୟ ସହିତ ପ୍ରତିକ୍ରିୟା କରନ୍ତି । ସେମାନେ ଗୋଟିଏ ପ୍ରାର୍ଥନାକୁ ହାତଛଡ଼ା କରିବାକୁ ସାହସ କରନ୍ତି ନାହିଁ । ସେମାନେ ସମାଧିର ଯନ୍ତ୍ରଣା କିମ୍ବା ନର୍କର ନିଆଁ ବିଷୟରେ ଏତେ ଭାବନ୍ତି ଯେ ସେମାନେ ଈଶ୍ୱରଙ୍କ ପ୍ରେମ ଏବଂ ଦୟାକୁ ଭୁଲିଯାଆନ୍ତି ।
କିନ୍ତୁ ଠିକ୍ ଯେପରି ମୋର ମାମଲାର କୋର୍ଟରେ ଜଣେ ଓକିଲ ଥିଲେ, ଈଶ୍ୱର ଜଣେ ଓକିଲଙ୍କୁ ପ୍ରଦାନ କରିଛନ୍ତି ଯିଏ ଆମକୁ ବିଚାରରେ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରିବେ । ଆପଣଙ୍କୁ ଏକୁଟିଆ ରହିବାକୁ ପଡିବ ନାହିଁ!
ଆମର ଓକିଲ କିଏ?
ଜଣେ ଓକିଲଙ୍କ ଧାରଣା ନୁଆଁ ନୁହେଁ । ପ୍ରତିବର୍ଷ ହଜାର ହଜାର ତୀର୍ଥୟାତ୍ରୀ ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ ଏବଂ ଏସିଆର ବିଭିନ୍ନ ତୀର୍ଥସ୍ଥଳୀକୁ ପରିଦର୍ଶନ କରନ୍ତି ।
ଅନେକ ଲୋକ ସେମାନଙ୍କ ତରଫରୁ ଓକିଲ ହେବେ ବୋଲି ବିଶ୍ୱାସ କରି ମହାନ ନେତାଙ୍କ ସମାଧିରେ ପ୍ରାର୍ଥନା କରିଥାନ୍ତି ।
ସେହି ମହାନ ଧର୍ମ ନେତାମାନଙ୍କୁ ସମ୍ମାନ ଦେବା ଭଲ, କିନ୍ତୁ ଧର୍ମ ନେତାମାନଙ୍କ ନିକଟରେ ପ୍ରାର୍ଥନା କରି ସେମାନଙ୍କୁ ଆମ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବାକୁ (ମଧ୍ୟସ୍ଥ) କହିବା ହାରାମ ଅଟେ । ସେମାନେ ମରିଯାଇଛନ୍ତି ଆଉ ଆପଣଙ୍କ ପାଇଁ କିଛି କରିପାରିବେ ନାହିଁ । ଏପରିକି ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ସେମାନଙ୍କ ସମାଧିରେ ଅଛନ୍ତି, ସେମାନେ ପୁନରୁତ୍ଥାନ ଦିନକୁ ଅପେକ୍ଷା କରିଛନ୍ତି ।
ଯଦିଓ ମୃତମାନଙ୍କୁ ଆମ ପାଇଁ ମଧ୍ୟସ୍ଥି କରିବାକୁ କହିବା ହାରାମ, ତଥାପି ମଧ୍ୟସ୍ଥିର ଧାରଣା ଏହା ଠିକ୍ ।
କିନ୍ତୁ କାହାର ମଧ୍ୟସ୍ଥି ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ? ଏହା ନିଶ୍ଚିତ ଭାବରେ ଜଣେ ହୋଇଥିବେ ଯିଏ କି ଜୀବିତ ଅଛନ୍ତି (କାରଣ ମୃତମାନେ ଆମ ତରଫରୁ କହିପାରିବେ ନାହିଁ) ।
ପାପଶୂନ୍ୟ (କାରଣ ଯେଉଁ ବ୍ୟକ୍ତି ଆଇନ ଦ୍ୱାରା ନିନ୍ଦିତ ହୁଏ, ସେ ଅନ୍ୟମାନଙ୍କ ନିମନ୍ତେ ଓକିଲ ହୋଇ ପାରିବ ନାହିଁ) । ଏହି ଯୋଗ୍ୟତା କିଏ ପୂରଣ କରିପାରିବ? ପ୍ରିୟ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟତୀତ ଆଉ କେହି ନାହାଁନ୍ତି, ଯିଏକି ଇସା ଅଲ-ମସିହ ନାମରେ ମଧ୍ୟ ଜଣାଶୁଣା, ଯିଏ ସ୍ୱର୍ଗରେ ଜୀବିତ ଏବଂ ସଂପୂର୍ଣ୍ଣ ସିଦ୍ଧ ।
ଏହା ବିଷୟରେ ଭାବନ୍ତୁ—ଆଉ କେହି ଅଛନ୍ତି ଯିଏ କି ନିଷ୍ପାପ ହେବାର ଦାବି କରିପାରନ୍ତି? ଆଦମ ନିଷିଦ୍ଧ ଫଳ ଖାଇଲେ; ନୋହ (ନୁହ) ମଦ୍ୟପାନ କରି ମାତାଲ ହେଲେ; ଆବ୍ରାହମ (ଇବ୍ରାହିମ) ମିଛ କହିଥିଲେ; ମୋଶା (ମୁସା) ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲେ; ଦାଉଦ (ଦାଉଦ) ଅନ୍ୟ ଜଣେ ପୁରୁଷର ସ୍ତ୍ରୀକୁ ଚୋରି କଲେ । ଆପଣ ଏମିତି ଜଣେ ବି ଭବିଷ୍ୟବକ୍ତା ପାଇବେ ନାହିଁ ଯିଏ କେବେ ଭୁଲ୍ କରିନଥିବେ କିମ୍ବା କେବେ କ୍ଷମା ମାଗିବାକୁ ପଡ଼ିନଥିବେ ।
କିନ୍ତୁ ଯୀଶୁ ଖ୍ରୀଷ୍ଟ କେବେ ବି କୌଣସି ପାପ କରି ନ ଥିଲେ । ସେ ନିଜେ ଦାବି କରିଛନ୍ତି, “ମୋର ପ୍ରେରଣକର୍ତ୍ତା ମୋʼ ସାଙ୍ଗରେ ଅଛନ୍ତି ... କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ ।” (ସୁସମାଚାରରୁ, ଯାହା ଇଞ୍ଜିଲ ନାମରେ ମଧ୍ୟ ଜଣାଶୁଣା, ଯୋହନ ୮: ୨୯)
ଶାନ୍ତିରେ ବିଚାରର ସମ୍ମୁଖୀନ ହେବା
ଯୀଶୁ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ରୂପେ ନିଷ୍ପାପ ହୋଇ ସ୍ୱର୍ଗରେ ଜୀବିତ ଅଛନ୍ତି । ସେ ମୋ ପାଇଁ ଓ ଆପଣଙ୍କ ପାଇଁ ଓକିଲ ହେବାକୁ ପ୍ରସ୍ତୁତ ଅଛନ୍ତି । ପୁଣି ସେ ଖୁବ୍ ଶୀଘ୍ର ଫେରି ଆସୁଛନ୍ତି ।
ଯଦି ସେ ଦ୍ୱିତୀୟ ଥର ଫେରି ଆସୁଛନ୍ତି, ଏହାର ଅର୍ଥ ହେଉଛି ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଶେଷ ଭବିଷ୍ୟଦ୍ବକ୍ତା ।
ହଁ, ଜଣେ ଭବିଷ୍ୟଦ୍ବକ୍ତାଙ୍କଠାରୁ ଅଧିକ—ସେ ବିଚାର ଦିନର ଆମର ଓକିଲ, ଗୁରୁ ଓ ଶାନ୍ତି ଅଟନ୍ତି । ସେ ଆମକୁ
କହିଛନ୍ତି, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି କେବେ ହେଁ ମୃତ୍ୟୁ ଦର୍ଶନ କରିବ ନାହିଁ ।” (ସୁସମାଚାର, ଯୋହନ ୮:୫୧)
ଯୀଶୁ ମରି ନାହାଁନ୍ତି; ସେ ଜୀବିତ! ସେ ବର୍ତ୍ତମାନ ସୁଦ୍ଧା ପୃଥିବୀ ଉପରେ ନିଜର ସମାଜ ଗଠନ କରୁଛନ୍ତି ।
ବେଳେବେଳେ ସେ ନିଜ ସଂମ୍ପ୍ରଦାୟର ଲୋକଙ୍କୁ ଧଳା ପୋଷାକ ପିନ୍ଧିଥିବା ବ୍ୟକ୍ତି ଭାବରେ ସ୍ୱପ୍ନରେ ଦେଖା ଦେଇ କିମ୍ବା ଯେତେବେଳେ ଆମେ ତାଙ୍କ ନାମରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ ସେତେବେଳେ ଆଶ୍ଚର୍ଯ୍ୟ କର୍ମ କରି ଆମକୁ ଆମନ୍ତ୍ରଣ କରନ୍ତି ।
ବିଚାର ଦିନରେ ଆପଣ ଶାନ୍ତି ପାଇବାକୁ ଚାହୁଁଛନ୍ତି କି? ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଆପଣଙ୍କ ବିଶ୍ୱାସକୁ ସ୍ୱୀକାର କରନ୍ତୁ । ସେମାନଙ୍କ ଉପରେ ଆମେ କାହିଁକି ଆମର ଆତ୍ମବିଶ୍ୱାସ ରଖିବା ଯେଉଁମାନେ ମୃତ ଏବଂ ବିଚାର ଦିନରେ ସେମାନଙ୍କର କ’ଣ ହେବ ତାହା ସେମାନେ ଜାଣନ୍ତି ନାହିଁ? ଯୀଶୁ ସ୍ୱର୍ଗରେ ତାଙ୍କର ଥିବା ସ୍ଥାନ ବିଷୟରେ ନିଶ୍ଚିତ। କୋର୍ଟରୁମରେ ମୋର ଓକିଲ ବନ୍ଧୁଙ୍କ ପରି ସେ ଆମକୁ ସାହାଯ୍ୟ କରିବେ ।
ଆପଣ ଭାବୁଥିବେ ଏମିତି ଏତେ ଆଶ୍ଚର୍ଯ୍ୟଜନକ କିଛି ସତ ହୋଇପାରେ କି? ଯୀଶୁ ଖ୍ରୀଷ୍ଟ କହିଥିଲେ, “ଯଦି ତୁମ୍ଭେମାନେ ମୋʼ ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି” । (ସୁସମାଚାର, ଯୋହନ ୧୪:୧୪) ମୁଁ ଯାହା କହୁଛି ତାହା ସତ କି ନାହିଁ ଜାଣିବା ପାଇଁ ଏକ ପରୀକ୍ଷା କରନ୍ତୁ । ଯଦି ଯୀଶୁ ବର୍ତ୍ତମାନ ଜୀବନର ଜରୁରୀକାଳୀନ ପରିସ୍ଥିତିକୁ ପୂରଣ କରିବା ପାଇଁ ଯଥେଷ୍ଟ ଶକ୍ତିଶାଳୀ, ତେବେ ନିଶ୍ଚିତ ଭାବରେ ସେ ଆମର ଓକିଲ ହେବା ପାଇଁ ବିଶ୍ୱାସ କରାଯାଇପାରିବ ।
ଯୀଶୁଙ୍କ ନାମରେ ଈଶ୍ୱରଙ୍କ ନିକଟରେ ଏକ ଆନ୍ତରିକ ହୃଦୟ ସହିତ ପ୍ରାର୍ଥନା କରନ୍ତୁ ଏବଂ ଦେଖନ୍ତୁ କ’ଣ ହେଉଛି । ଆପଣ ଏପରି ପ୍ରାର୍ଥନା କରିପାରିବେ:
ହେ ପ୍ରଭୁ, ମୁଁ ଜାଣିବାକୁ ଚାହେଁ ଯେ ଯୀଶୁ ପ୍ରକୃତରେ ହିଁ ସେହି ଅଟନ୍ତି ଯାହାକୁ ତୁମେ ବିଚାର ଦିନରେ ଆମର ଓକିଲ ହେବାକୁ ନିଯୁକ୍ତ କରିଛ । ଯଦି ଏହା ସତ, ଦୟାକରି ମୋର ପ୍ରାର୍ଥନାରେ ଉତ୍ତର ଦିଅନ୍ତୁ (ଏଠାରେ ଆପଣଙ୍କ ଆବଶ୍ୟକତା ସନ୍ନିବେଶ କରନ୍ତୁ) । ମୁଁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହା ମାଗୁଛି। ଆମେନ୍ ।
ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ କିପରି ଅନୁସରଣ କରିବେ ସେ ସମ୍ବନ୍ଧରେ ଅଧିକ ଜାଣିବାକୁ ଚାହାଁନ୍ତି, ତେବେ ଏହି କାଗଜର ପଛପଟେ ଥିବା ସୂଚନା ସହିତ ଆମ ସହିତ ଯୋଗାଯୋଗ କରନ୍ତୁ ।
Copyright © 2023 by Sharing Hope Publications. ବିନା ଅନୁମତିରେ ଅଣ-ବ୍ୟବସାୟିକ ଉଦ୍ଦେଶ୍ୟରେ କାର୍ଯ୍ୟ ମୁଦ୍ରଣ ଏବଂ ଅଂଶୀଦାର କରାଯାଇପାରିବ ।ଶାସ୍ତ୍ର ଓଡ଼ିଆ-ସଂସ୍କରଣ (ପୁନଃ-ସମ୍ପାଦିତ) ରୁ ନିଆଯାଇଛି - ପବିତ୍ର ବାଇବଲ (ପୁନଃ-ସମ୍ପାଦିତ)। ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶନ © ୨୦୧୪ । ଅନୁମତି ଦ୍ୱାରା ବ୍ୟବହୃତ। ସମସ୍ତ ଅଧିକାର ବିଶ୍ୱବ୍ୟାପୀ ସଂରକ୍ଷିତ ।
ଆମର ସମ୍ବାଦ ଚିଠି ପାଇଁ ସାଇନ୍ ଅପ୍ କରନ୍ତୁ।
ଯେବେ ନୂତନ ପ୍ରକାଶନଗୁଡ଼ିକ ଉପଲବ୍ଧ ହୁଏ, ପ୍ରଥମେ ଜାଣନ୍ତୁ!

ଆପଣଙ୍କ ଦର୍ଶକମାନଙ୍କୁ ଖୋଜନ୍ତୁ
ବୈଶିଷ୍ଟ୍ୟ ପ୍ରକାଶନ
© 2024 Sharing Hope Publications