
ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ କର୍ମ ଆବଶ୍ୟକ କି?
ସାରାଂଶ
ଈଶ୍ୱରଙ୍କର ନିଜ ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମ ପ୍ରଦାନ କରିବାର ଏକ ଲମ୍ବା ଇତିହାସ ରହିଛି, ଯେତେବେଳେ ସେମାନେ ସେମାନଙ୍କର ସବୁଠାରୁ ଅଧିକ ଆବଶ୍ୟକ ଥାଏ। ବାଇବଲ ଆମକୁ ସଫଳ ଭବିଷ୍ୟବାଣୀ, ସୁସ୍ଥ ବ୍ୟକ୍ତିବିଶେଷ ଏବଂ ଅବିଶ୍ୱସନୀୟ ଘଟଣାଗୁଡ଼ିକ ବିଷୟରେ ଅନେକ କାହାଣୀ କହିଥାଏ ଯାହା କେବଳ ପ୍ରାର୍ଥନାର ଉତ୍ତରରେ ଆସିପାରିବ। ଏହି ପୁସ୍ତିକାଟି ଅନେକ କାରଣ ପ୍ରଦାନ କରେ ଯେ ଯେଉଁଥିରେ ଆମେ ବାଇବଲକୁ ପରମେଶ୍ୱରଙ୍କ ଅପରିବର୍ତ୍ତିତ ବାକ୍ୟ ଭାବରେ ବିଶ୍ୱାସ କରିପାରିବା, ଏବଂ ଯେମିତି ଆପଣ ନିଜର ଆଶ୍ଚର୍ଯ୍ୟ କର୍ମ ପାଇଁ ପରମେଶ୍ୱରଙ୍କ ନିକଟକୁ ଯାଇପାରିବେ।
ଟାଇପ୍ କରନ୍ତୁ
Tract
ପ୍ରକାଶକ
Sharing Hope Publications
ଉପଲବ୍ଧରେ
34 ଭାଷାଗୁଡିକ
ପୃଷ୍ଠାଗୁଡ଼ିକ
6
ଏକ ବହୁତ ବଡ ପରିବାରର ସଦସ୍ୟମାନେ ଏକ ଭଲ ଜୀବନ ପାଇଁ ଆଶା କରୁଥିଲେ ଏବଂ ଏକ ନୂତନ ଦେଶକୁ ସ୍ଥାନାନ୍ତର ହେବାକୁ ନିଷ୍ପତ୍ତି ନେଲେ । ଯାହା ହେଲେ ମଧ୍ୟ, ଯାତ୍ରା ସହଜ ନଥିଲା; ସେମାନଙ୍କୁ ପାଦରେ ଚାଲି ଚାଲି ଏକ ବିଶାଳ ମରୁଭୂମି ପାର ହେବାକୁ ପଡିଥିଲା । ସେଠାରେ ସାପ, ବିଛା ଏବଂ ଅଧିକ ଉତ୍ତାପ ଥିଲା । ଯଦି ପରିବାରର ଅସୁସ୍ଥ କିମ୍ବା ଦୁର୍ବଳ ସଦସ୍ୟମାନେ ଦଳରୁ ପଛରେ ପଡ଼ିଗଲେ, ତେବେ ଡକାୟତମାନଙ୍କ ଦ୍ୱାରା ସେମାନେ ଆକ୍ରମଣର ଶିକାର ହେଉଥିଲେ ।
ଖୁବ୍ ଶୀଘ୍ର ସେମାନଙ୍କ ଖାଦ୍ୟ ସରିଗଲା, କିନ୍ତୁ ସେମାନଙ୍କର ନେତା ଏକ ଆଶ୍ଚର୍ଯ୍ୟ କର୍ମ ପାଇଁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କଲେ । ପରଦିନ, ଯେତେବେଳେ ଲୋକମାନେ ଉଠିଲେ, ହେଲେ ସେମାନେ କିଛି ଛୋଟ ଛୋଟ ଖଣ୍ଡ ପାଇଲେ ଯାହା ଭୂମିରେ ବିଛା ଯାଇଥିବା ରୁଟି ପରି ଦେଖାଯାଉଥିଲା । ଏହା ମହୁ ସହିତ ପତଳା ରୁଟି ପରି ସ୍ୱାଦିଷ୍ଟ ଥିଲା । ସମସ୍ତଙ୍କ ନିମନ୍ତେ ସେମାନଙ୍କର ଭୋକ ମେଣ୍ଟାଇବା ପାଇଁ ଯଥେଷ୍ଟ ଖାଦ୍ୟ ଥିଲା! ମରୁଭୂମି ପାର ହେବା ପାଇଁ ଅନେକ ଦିନ ଲାଗିଲା, ଏବଂ ପ୍ରତିଦିନ ସ୍ୱର୍ଗରୁ ରୁଟି ବର୍ଷା ହେଲା । ଈଶ୍ୱରଙ୍କୁ ପ୍ରଶଂସା କର, ସେମାନେ ଉଦ୍ଧାର ପାଇଲେ!
ଏହି କାହାଣୀ ଆଶ୍ଚର୍ଯ୍ୟଜନକ ମନେହୁଏ, କିନ୍ତୁ ଏହା ପ୍ରକୃତରେ ଘଟିଥିଲା । ଏହା ବାଇବଲରେ କୁହାଯାଇଥିବା ଅନେକ ଆଶ୍ଚର୍ଯ୍ୟକର୍ମ ମଧ୍ୟରୁ ଗୋଟିଏ, ଯାହାକୁ ଆପଣ ତୌରାତ, ଜାବୁର ଏବଂ ଇଞ୍ଜେଲ ନାମରେ ଜାଣିଥିବେ ।
ବାଇବେଲରେ ଶହ ଶହ ସତ୍ୟ କାହାଣୀ ରହିଛି, ସେଥିମଧ୍ୟରୁ ଆଶର୍ଯ୍ୟକାରୀ ଇଶ୍ୱର ଲୋକମାନଙ୍କ ଜୀବନରେ ଅନେକ ଆଶର୍ଯ୍ୟକର୍ମ ଉପରେ ଆଧାରିତ । ଏହା ଆମ ସମୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ, ଯେତେବେଳେ ଅନେକ ଲୋକ ନିଜର ଆଶ୍ଚର୍ଯ୍ୟକର୍ମ ଆବଶ୍ୟକ କରନ୍ତି ।
ଆଧୁନିକ-ଦିନର ଆଶ୍ଚର୍ଯ୍ୟକର୍ମଗୁଡିକ
କିଛି ବର୍ଷ ମଧ୍ୟରେ, ଗୃହଯୁଦ୍ଧ, ବିପ୍ଳବ, ଅର୍ଥନୈତିକ ଅବନତି, ବେକାରୀ, ସଂକ୍ରାମକ ରୋଗ ଏବଂ ମୃତ୍ୟୁ ଆମେ ଦେଖିଛୁ । ମୁଁ ନିଶ୍ଚିତ ନୁହେଁ ବର୍ତ୍ତମାନ ଆପଣଙ୍କର ଅବସ୍ଥା କ’ଣ ଅଛି। ଆପଣଙ୍କୁ ଘରୁ ଉଚ୍ଛେଦ ହୋଇଥାଇପାରନ୍ତି । ଆପଣଙ୍କର ଜଣେ ପ୍ରିୟ ବ୍ୟକ୍ତି ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଝୁଲି ରହିଥାଇପାରନ୍ତି । ଆପଣ ଚାକିରି ଖୋଜିବ । ପାଇଁ ସଂଘର୍ଷ କରୁଥାଇପାରନ୍ତି ।
ଆପଣଙ୍କ ପରିସ୍ଥିତି ଯାହା ହେଉନା କାହିଁକି, ଈଶ୍ୱର ଆପଣଙ୍କର ଯତ୍ନ ନିଅନ୍ତି ଏବଂ ପ୍ରାଚୀନ ସମୟ ପରି ସେ ଆଜି ମଧ୍ୟ ଆପଣଙ୍କ ପାଇଁ ଏକ ଆଶ୍ଚର୍ଯ୍ୟକର୍ମ କରିବାକୁ ଇଚ୍ଛା କରନ୍ତି ଯେତେବେଳେ ଆପଣ ଦୁଃଖ ଅନୁଭବ କରନ୍ତି, ଆପଣ ବାଇବଲ, ଆଶ୍ଚର୍ଯ୍ୟକର୍ମ ପୁସ୍ତକ ପଢ଼ି ଉତ୍ସାହ ପାଇପାରିବେ ।
ଆମ ସମୟ ପାଇଁ ଈଶ୍ୱରଙ୍କ ବାକ୍ୟ
କିଛି ଲୋକ ବାଇବଲ ପଡ଼ିବାକୁ କୁଣ୍ଠାବୋଧ କରନ୍ତି କାରଣ ସେମାନେ ଶୁଣିଛନ୍ତି ଯେ ଏହା କୌଣସି ପ୍ରକାରେ ପରିବର୍ତ୍ତିତ ହୋଇଛି । ବୋଧହୁଏ ଏହି ଭୁଲ ଧାରଣା ଅନେକ ଲୋକଙ୍କ ଜୀବନଶୈଳୀ ଯୋଗୁଁ ହୋଇଛି ଯେଉଁମାନେ ବାଇବଲ ଅନୁସରଣ କରୁଛନ୍ତି ବୋଲି ଦାବି କରନ୍ତି । କେବେ କେବେ ଆମେ ଦେଖିଥାଉ ଯେ ଖ୍ରୀଷ୍ଟିଆନମାନେ ମଦ୍ୟପାନ କରୁଛନ୍ତି, ଜୁଆ ଖେଳୁଛନ୍ତି, ଅଶ୍ଳୀଳ ପୋଷାକ ପରିଧାନ କରୁଛନ୍ତି, ଘୁଷୁରି ମାଂସ ଖାଉଛନ୍ତି ଏବଂ ଲୋକଙ୍କ ସହିତ ଅଭଦ୍ର ବ୍ୟବହାର କରୁଛନ୍ତି ।
କିନ୍ତୁ ବାସ୍ତବରେ, ଏହି ସମସ୍ତ ଭୁଲ୍ ବାଇବଲରେ ନିନ୍ଦା କରାଯାଇଛି । ଯେତେବେଳେ ଖ୍ରୀଷ୍ଟିଆନମାନେ ପରମେଶ୍ୱରଙ୍କ ଅବାଧ୍ୟତାରେ ଜୀବନଯାପନ କରନ୍ତି, ଏହା ତାଙ୍କ ଅନନ୍ତ ବାକ୍ୟର ବୈଧତାକୁ ପରିବର୍ତ୍ତନ କରେ ନାହିଁ । ଭବିଷ୍ୟଦ୍ବକ୍ତା ଯିଶାଇୟ ଲେଖିଛନ୍ତି, “ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମଳିନ ହୁଏ; ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍ ବାକ୍ୟ ଅନନ୍ତକାଳ ସ୍ଥାୟୀ ।” (ଯିଶାଇୟ ୪୦:୮) ଆପଣ ଭାବୁଛନ୍ତି କି ଈଶ୍ୱରଙ୍କ ବାକ୍ୟ ବଦଳାଇବା ପାଇଁ ମଣିଷ ଯଥେଷ୍ଟ ଶକ୍ତିଶାଳୀ, କିମ୍ବା ସେମାନେ ଏହାକୁ ଖରାପ ଆଚରଣ ସହିତ ଭୁଲ ଭାବରେ ଉପସ୍ଥାପନ କରିବାର ସମ୍ଭାବନା ଅଧିକ?
ଭବିଷ୍ୟଦ୍ବକ୍ତା ଡେଭିଡ (ଦାଉଦ ନାମରେ ମଧ୍ୟ ଜଣାଶୁଣା) ଏବଂ ତାଙ୍କ ଲୋକମାନେ ଚୁକ୍ତିର ସିନ୍ଦୁକ ଯାହା ଏକ ବଡ଼ ସୁବର୍ଣ୍ଣ ସିନ୍ଦୁକ ଯେଉଁଥିରେ ଦଶ ଆଜ୍ଞା ଥିଲା ତାହା ପରିବହନ କରୁଥିବା କଥା ବିଷୟରେ ବାଇବଲ କହେ । ଦଶଟି ଆଜ୍ଞା ନୈତିକ ଜୀବନଯାପନ ପାଇଁ ଈଶ୍ୱରଙ୍କ ନିୟମ ଥିଲା ଏବଂ ଦୁଇଟି ବଡ଼ ବଡ଼ ପ୍ରସ୍ତର ଫଳକ ଉପରେ ଲେଖା ଯାଇ ସୁବର୍ଣ୍ଣ ସିନ୍ଦୁକ ଭିତରେ ରଖାଯାଇଥିଲା । ଏହି ଶୋଭାଯାତ୍ରାରେ ଜଣେ ଲୋକ ଯାଇ ସିନ୍ଦୁକକୁ ଛୁଇଁବାକୁ ସାହସ କଲେ—ସେ ସଙ୍ଗେ ସଙ୍ଗେ ମରିଗଲେ!
ଯଦି ଈଶ୍ୱର ଅହଂକାରୀ ହାତକୁ ତାଙ୍କ ଶବ୍ଦ ଧାରଣ କରିଥିବା ପବିତ୍ର ସିନ୍ଦୁକକୁ ଛୁଇଁବାକୁ ଅନୁମତି ଦେବେ ନାହିଁ, ତେବେ ସେ ମନ୍ଦ ଲୋକଙ୍କୁ କଇଞ୍ଚି ଏବଂ ସଂଶୋଧନ କଲମ ସହିତ ତାଙ୍କ ଲିଖିତ ଶବ୍ଦ ନିକଟକୁ ଯିବାକୁ କେତେ କମ୍ ଅନୁମତି ଦେବେ? ଈଶ୍ୱର ତାଙ୍କ ବାକ୍ୟର ସୁରକ୍ଷା ପାଇଁ ଯଥେଷ୍ଟ ମହାନ ।
ଉଦ୍ଦେଶ୍ୟମୂଳକ ଭାବରେ କହିବାକୁ ଗଲେ ବାଇବଲ ହେଉଛି ମାନବ ଇତିହାସର ସବୁଠାରୁ ଅଧିକ ସତ୍ୟ ପ୍ରମାଣିତ ପୁସ୍ତକ । କିଛି ସମୟ ପୂର୍ବରୁ, ପାଲେଷ୍ଟାଇନର ତିନିଜଣ ବେଦୁଇନ୍ ମେଷପାଳକ—ମହମ୍ମଦ ଏଦ୍-ଧିବ, ଜୁମା ମହମ୍ମଦ ଏବଂ ଖଲିଲ ମୁସା ହଠାତ୍ ମୃତ ସମୁଦ୍ର ସ୍କ୍ରୋଲ୍ ଆବିଷ୍କାର କରିଥିଲେ । ଏହି ପ୍ରମୁଖ ପ୍ରତ୍ନତାତ୍ତ୍ୱିକ ସନ୍ଧାନ ଆମକୁ ଆଜିର ବାଇବେଲକୁ ପ୍ରାୟ ୨,୦୦୦ ବର୍ଷ ପୁରୁଣା ପ୍ରାଚୀନ ବାଇବେଲ ପାଣ୍ଡୁଲିପି ସହିତ ତୁଳନା କରିବାକୁ ଅନୁମତି ଦେଇଥିଲା । ଏହି ତୁଳନା ଆଶ୍ଚର୍ଯ୍ୟଜନକ, ପୁନର୍ବାର ସୂଚାଇ ଦେଇଛି ଯେ ଈଶ୍ୱରଙ୍କ ପ୍ରକାଶିତ ବାକ୍ୟ ପରିବର୍ତ୍ତନ ହୋଇପାରିବ ନାହିଁ । ଯଦି ଆପଣଙ୍କୁ ଆଶ୍ଚର୍ଯ୍ୟକର୍ମ ଦରକାର, ଆପଣ ନିଶ୍ଚିତ ହୋଇପାରିବ ଯେ ବାଇବଲ ଦେଖିବା ପାଇଁ ଏକ ବିଶ୍ୱସନୀୟ ସ୍ଥାନ! ଏଠାରେ ଆପଣ ନୋହ (ନୁହ), ଅବ୍ରହାମ (ଇବ୍ରାହିମ), ଜୋସେଫ (ୟୁସେଫ), ଜୋନାସ (ୟୁନୁସ), ଡାନିଏଲ, ଡେଭିଡ (ଦାଉଦ), ଏବଂ ସଲୋମନ (ସୁଲେମାନ) ପରି ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ କାହାଣୀ ପାଇବେ । ଆପଣ ହୁଏତ ଅନ୍ୟ ସ୍ଥାନରେ ସେମାନଙ୍କ ବିଷୟରେ ଖଣ୍ଡ ଖଣ୍ଡ ଶୁଣିଥିବେ, କିନ୍ତୁ ବାଇବଲ ପୁରା କାହାଣୀ କହିଥାଏ!
ଆସନ୍ତୁ ଆପଣଙ୍କ ଆଶ୍ଚର୍ଯ୍ୟକର୍ମ ପାଆନ୍ତୁ
ଆପଣ ଯେ କୌଣସି ସଙ୍କଟ ଅନୁଭବ କରୁଛନ୍ତି, ବାଇବଲରେ କେବଳ ଆପଣଙ୍କ ପାଇଁ ଏକ ଆଶ୍ଚର୍ଯ୍ୟକର୍ମ କାହାଣୀ ଅଛି:
ଆପଣ କିମ୍ବା ଜଣେ ପ୍ରିୟଜନ ଅସୁସ୍ଥ କି? କୁଷ୍ଠରୋଗଗ୍ରସ୍ତ ସିରିଆର ସେନାପତି ନାମାନଙ୍କ ଆଶ୍ଚର୍ଯ୍ୟକର୍ମ ଆରୋଗ୍ୟ ବିଷୟରେ ପଢନ୍ତୁ ।
ଆପଣ ନିଜ ପରିବାରକୁ ଖାଦ୍ୟ ଯୋଗାଇବା ପାଇଁ ସଂଘର୍ଷ କରୁଛନ୍ତି କି? ଲେବାନୀୟ ବିଧବା ଏବଂ ତାଙ୍କ ପୁଅ ବିଷୟରେ ପଢନ୍ତୁ, ଯିଏ ଏକ ଛୋଟ ଜାରରେ ତେଲ ଏବଂ ମୁଠେ ମଇଦାରେ ବଡ଼ ଦୁର୍ଭିକ୍ଷରୁ ବଞ୍ଚିଥିଲେ ଯାହା କେବେ ବି ଶେଷ ହୋଇନଥିଲା ।
ଆପଣଙ୍କ ଜୀବନ ବିପଦରେ ଅଛି କି? ରାଜାଙ୍କ ପ୍ରାସାଦରେ ଥିବା ଇଥିଓପିଆର ଦାସ ଏବେଡ-ମେଲେକ ବିଷୟରେ ପଢ଼ନ୍ତୁ, ଯିଏ ଈଶ୍ୱରଙ୍କ ଉପରେ ବିଶ୍ୱାସ ହେତୁ ଯୁଦ୍ଧ ସମୟରେ ଜୀବନ ରକ୍ଷା ପାଇଥିଲେ ।
ଆପଣ ଜଣେ ବିତାଡ଼ିତ ପରି ଅନୁଭବ କରୁଛନ୍ତି କି? ମିଶରର ହାଗାର ବିଷୟରେ ପଢନ୍ତୁ, ଯିଏ ଯେତେବେଳେ ବିତାଡ଼ିତ ହେଲା ସେତେବେଳେ ଈଶ୍ୱରଙ୍କ ଚମତ୍କାର ଦେଖିଲା ।
ଆପଣ ଜୀବନର ସମସ୍ୟା ଗଭୀରରେ ବୁଡ଼ି ଯାଉଛନ୍ତି କି? ଯୀଶୁ ଖ୍ରୀଷ୍ଟ ଯେତେବେଳେ ହାତ ବଢେଇଲେ ଏବଂ ଶିଷ୍ୟମାନଙ୍କୁ ଜାହାଜ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଏକ ପ୍ରବଳ ଝଡ଼କୁ ଶାନ୍ତ କଲେ ସେ ବିଷୟରେ ପଢନ୍ତୁ ।
ଆଶ୍ଚର୍ଯ୍ୟକର୍ମ ଉତ୍ତର
ଯେତେବେଳେ ଆମେ ବାଇବଲ ପଢୁ, ଆମେ ସକରାତ୍ମକ ଆଶା ସହ ପ୍ରାର୍ଥନା କରିବା ନିମନ୍ତେ ଆତ୍ମବିଶ୍ୱାସରେ ପୂର୍ଣ୍ଣ ହୋଇଥାଉ । ଯୀଶୁ ଖ୍ରୀଷ୍ଟ କହିଲେ, “ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହିସବୁ ପାଇବ।” (ମାଥିଉ ୨୧:୨୨) ଯେତେବେଳେ ଆମେ ଅନ୍ୟମାନଙ୍କ କାହାଣୀ ପଢୁ, ଯେଉଁମାନେ ପ୍ରଭୁଙ୍କଠାରୁ ଆଶ୍ଚର୍ଯ୍ୟକର୍ମ ପାଇଥିଲେ, ଆମର ହୃଦୟ ଆମ ନିବେଦନକୁ ସ୍ୱର୍ଗକୁ ପଠାଇବା ଆଶାରେ ଅନୁପ୍ରାଣିତ ହୁଏ ।
ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ କର୍ମ ଆବଶ୍ୟକ କି? ବାଇବଲରେ ଥିବା ଆଶ୍ଚର୍ଯ୍ୟ କର୍ମ ଦ୍ୱାରା ଅନୁପ୍ରାଣିତ ହୁଅନ୍ତୁ ଏବଂ ଆପଣଙ୍କ ନିଜ ପାଇଁ ଏକ ଆଶ୍ଚର୍ଯ୍ୟ କର୍ମ ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ । ସେ ଆଜି ଆପଣଙ୍କ ପ୍ରାର୍ଥନା ନିଶ୍ଚିତ ଭାବରେ ଶୁଣିବେ!
ଯଦି ଆପଣ ବାଇବଲରେ ଥିବା ଆଶ୍ଚର୍ଯ୍ୟ କର୍ମ ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି, ଦୟାକରି ଏହି ପତ୍ରିକାର ପଛପଟେ ଥିବା ସୂଚନାରେ ଆମ ସହିତ ଯୋଗାଯୋଗ କରନ୍ତୁ ।
Copyright © 2023 by Sharing Hope Publications. ବିନା ଅନୁମତିରେ ଅଣ-ବ୍ୟବସାୟିକ ଉଦ୍ଦେଶ୍ୟରେ କାର୍ଯ୍ୟ ମୁଦ୍ରଣ ଏବଂ ଅଂଶୀଦାର କରାଯାଇପାରିବ ।ଶାସ୍ତ୍ର ଓଡ଼ିଆ-ସଂସ୍କରଣ (ପୁନଃ-ସମ୍ପାଦିତ) ରୁ ନିଆଯାଇଛି - ପବିତ୍ର ବାଇବଲ (ପୁନଃ-ସମ୍ପାଦିତ)। ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶନ © ୨୦୧୪ । ଅନୁମତି ଦ୍ୱାରା ବ୍ୟବହୃତ। ସମସ୍ତ ଅଧିକାର ବିଶ୍ୱବ୍ୟାପୀ ସଂରକ୍ଷିତ ।
ଆମର ସମ୍ବାଦ ଚିଠି ପାଇଁ ସାଇନ୍ ଅପ୍ କରନ୍ତୁ।
ଯେବେ ନୂତନ ପ୍ରକାଶନଗୁଡ଼ିକ ଉପଲବ୍ଧ ହୁଏ, ପ୍ରଥମେ ଜାଣନ୍ତୁ!

ଆପଣଙ୍କ ଦର୍ଶକମାନଙ୍କୁ ଖୋଜନ୍ତୁ
ବୈଶିଷ୍ଟ୍ୟ ପ୍ରକାଶନ
© 2024 Sharing Hope Publications