
ଶେଷ ମୁକ୍ତି
ସାରାଂଶ
ଏହା ବୋଧହୁଏ ଦୁଃଖ ସବୁଦିନ ପାଇଁ ଲାଗି ରହିଥିବ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଏହା ଦିନେ ଶେଷ ହେବ। ସେ ତାଙ୍କ ଲୋକମାନଙ୍କୁ "ସ୍ୱର୍ଗରାଜ୍ୟ" ନାମକ ଏକ ସ୍ଥାନକୁ ନେବା ପାଇଁ ଏହି ପୃଥିବୀକୁ ଫେରି ଆସିବାର ପ୍ରତିଜ୍ଞା କରିଥିଲେ। ଏହା ଗୋଟିଏ ଅଦ୍ଭୁତ ସ୍ଥାନ,ଯେଉଁଠାରେ କୌଣସି ଦୁଃଖ ନାହିଁ, ମୃତ୍ୟୁ ନାହିଁ, ପୁନର୍ଜନ୍ମର ଚକ୍ର ନାହିଁ। ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ସହିତ ଆମେ ସବୁଦିନ ପାଇଁ ରହିବା! ଏହି ପତ୍ରିକା ଆମକୁ ଜଣାଇବ ଯେ ଆମେ ଆମର ଅନ୍ତିମ ମୁକ୍ତି ପାଇଁ କିପରି ପ୍ରସ୍ତୁତ ହୋଇପାରିବା।
ଟାଇପ୍ କରନ୍ତୁ
Tract
ପ୍ରକାଶକ
Sharing Hope Publications
ଉପଲବ୍ଧରେ
12 ଭାଷାଗୁଡିକ
ପୃଷ୍ଠାଗୁଡ଼ିକ
6
ଗଙ୍ଗା କୂଳରେ, ଶବ ସଂସ୍କାର ରୀତିନୀତି ସମୟରେ ଜଣେ ପୁରୋହିତ ମୃତ ଆତ୍ମାଙ୍କ ଦେହରୁ ଅନ୍ୟ ଶରୀରକୁ ମୋକ୍ଷର ଶେଷ ଭାଗ୍ୟ ଆଡ଼କୁ ଯାତ୍ରା ବିଷୟରେ ବୁଝାଉନ୍ତି| ଜନଗହଳି ଭିତରେ ଥିବା ଏକ ଛୋଟ ବାଳକ ଆଗ୍ରହ ସହ ଶୁଣୁଥିଲା| ତା ପାଖରେ ଥିବା ଜଣଙ୍କ ଆଡ଼କୁ ବୁଲି ସେ ହଠାତ୍ ପଚାରିଲା, “ଏହା କେବେ ଶେଷ ହେବ?”
ସେ ଏକ ପ୍ରଶ୍ନ ପଚାରିଲା ଯେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ| ଯନ୍ତ୍ରଣାଦାୟକ ଚକ୍ରରୁ ରକ୍ଷା ପାଇବା ପୂର୍ବରୁ କେତେ ଜନ୍ମ ପରଜନ୍ମ ଆବଶ୍ୟକ? ଇତିହାସରେ ଏହା ଅଗଣିତ ଥର ପଚରାଯାଇଛି, ତଥାପି କୌଣସି ସଠିକ୍ ଉତ୍ତର ଦିଆଯାଇପାରିବ ନାହିଁ|
ଏହି ପୃଥିବୀରେ ଜନ୍ମ, ମୃତ୍ୟୁ ଏବଂ ଯନ୍ତ୍ରଣାର ଚକ୍ର ସାଧାରଣ ଅଟେ| କିନ୍ତୁ ଏହି ଦୁନିଆଁର ବାହାରେ, ଯେଉଁଠାରେ ପରମେଶ୍ୱର ବିଦ୍ୟମାନ ଅଛନ୍ତି, ସେଠାରେ କୌଣସି ଯନ୍ତ୍ରଣାଦାୟକ ଚକ୍ର ନାହିଁ—କେବଳ ଅନନ୍ତ, ଅସମାପ୍ତ ସୁଖ| ଖୁସିର କଥା, ଯନ୍ତ୍ରଣା ଏବଂ କଷ୍ଟରୁ ମୁକ୍ତି ପାଇବା ପାଇଁ ଲକ୍ଷ ଲକ୍ଷ ମୃତ୍ୟୁ ପରଜନ୍ମ ମାଧ୍ୟମ ଦେଇ ଯିବା ଆବଶ୍ୟକ ନୁହେଁ| ମୋତେ କିଛି ଅତ୍ୟନ୍ତ ରୋମାଞ୍ଚକର କଥା ବିଷୟରେ କହିବାକୁ ଦିଅ|
ସବୁଦିନ ପାଇଁ ଯନ୍ତ୍ରଣାରୁ ଉଦ୍ଧାର!
ବହୁ ଦିନ ପୂର୍ବେ, ପ୍ରଭୁ ଯୀଶୁ ଏକ ମାନବ ରୂପରେ ଏହି ଜଗତକୁ ଆସିଥିଲେ| ସେ ଅସୁସ୍ଥ ଲୋକଙ୍କୁ ସୁସ୍ଥ କଲେ ଏବଂ ଅନେକ ଆଶ୍ଚର୍ଯ୍ୟ କର୍ମ କଲେ| ସେ “ସ୍ୱର୍ଗରାଜ୍ୟ” ନାମକ ଏକ ବିଶେଷ ସ୍ଥାନ ବିଷୟରେ ମଧ୍ୟ ଶିକ୍ଷା ଦେଇଥିଲେ| ସେ କହିଛନ୍ତି ଯେ ସ୍ୱର୍ଗ ଏପରି ଏକ ସ୍ଥାନ ଯେଉଁଠାରେ କୌଣସି ରୋଗ ନାହିଁ, ଦୁଃଖ ନାହିଁ ଏବଂ ପରଜନ୍ମର ଆବଶ୍ୟକତା ନାହିଁ| ସେହି ସୁନ୍ଦର ସ୍ଥାନରେ ସମସ୍ତେ ଚିରଦିନ ପାଇଁ ବାସ କରିବେ|
ପ୍ରଭୁ ଯୀଶୁ ଏହି ଆଶ୍ଚର୍ଯ୍ୟଜନକ ରାଜ୍ୟ ବିଷୟରେ ଶିକ୍ଷା ଦେଲେ, ତା’ପରେ ସେ ଆମ ଜୀବନକୁ ଆମର ଖରାପ କାର୍ଯ୍ୟର ପରିଣାମରୁ ମୁକ୍ତି କରିବା ପାଇଁ ଏକ ବଳିଦାନ ଭାବରେ ନିଜକୁ ଦେଲେ ଯାହା ଫଳରେ ଆମେ ଚାହିଁଲେ ସେଠାକୁ ଯାଇପାରିବା|
ତାଙ୍କର ବଳିଦାନ ମୃତ୍ୟୁର ତିନି ଦିନ ପରେ, ସେ କବରରୁ ଉଠି ସ୍ୱର୍ଗରାଜ୍ୟକୁ ଗଲେ| ସେ ତାଙ୍କ ଅନୁଗାମୀମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ ସେ ଯୁଗ ଶେଷରେ ସେମାନଙ୍କୁ ସ୍ୱର୍ଗକୁ ନେଇଯିବା ପାଇଁ ଆସିବେ|
ଏହା ଏକ ଚମତ୍କାର ଭବିଷ୍ୟତ ପରି ଶୁଣାଯାଉନାହିଁ କି? ଯୀଶୁ ଚାହାଁନ୍ତି ଯେ ସବୁଦିନ ପାଇଁ ଦୁଃଖରୁ ରକ୍ଷା ପାଇବାକୁ—ଆମେ ପ୍ରତ୍ୟେକେ ମୁକ୍ତି ପାଉ| କିନ୍ତୁ ଛୋଟ ବାଳକଟି ଯେପରି ପଚାରିଲା “ଏହା କେବେ ଶେଷ ହେବ,” ଆମେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥାଉ ଯେ ଆମକୁ ମୁକ୍ତି ପାଇବା ପୂର୍ବରୁ କେତେ ସମୟ ଲାଗିବ|
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ
କୌତୁହଳର ବିଷୟ, ପ୍ରଭୁ ଯୀଶୁଙ୍କ ଶିଷ୍ୟମାନେ ସମାନ ପ୍ରଶ୍ନ ପଚାରିଥିଲେ—ଏହା କେବେ ଶେଷ ହେବ? ପ୍ରଭୁ ଯୀଶୁ ଏହି ଯୁଗର ଶେଷ ଦିନଗୁଡ଼ିକୁ ଭୂକମ୍ପ, ଯୁଦ୍ଧ, ଅନାହାର, ମହାମାରୀ ଏବଂ ବିନାଶର ସମୟ ବୋଲି ବର୍ଣ୍ଣନା କରିଥିଲେ| ଦ୍ରୁତ ଗତିରେ ସମସ୍ୟା ବୃଦ୍ଧି ପାଇବ| ଭୟରେ ଲୋକମାନଙ୍କ ମନ ଠିକ୍ ଭାବରେ କାମ କରିବ ନାହିଁ| ଏହିସବୁ ପ୍ରଭୁ ଯୀଶୁଙ୍କ ଆଗମନର ଲକ୍ଷଣ ହେବ| ବର୍ତ୍ତମାନ ଆମେ ଦେଖିପାରୁ ଯେ ଯୁଗର ଶେଷ ସମୟରେ ଆମେ ବାସ କରୁଛୁ, କାରଣ ଏହି ସବୁ ଲକ୍ଷଣମାନ ଘଟୁଛି|
ଶୀଘ୍ର, ପ୍ରଭୁ ଯୀଶୁ ତାଙ୍କ ପ୍ରତିଜ୍ଞା ଅନୁସାରେ ଫେରି ଆସିବେ| ମୃତମାନେ ପୃଥିବୀରୁ ପୁନରୁତ୍ଥିତ ହେବେ ଏବଂ ସମ୍ପୂର୍ଣ୍ଣ ନୂତନ ଶରୀର ପ୍ରାପ୍ତ କରିବେ, ଯେପରି ବାଇବଲ କହେ, “ଦେବଦୂତଙ୍କ ଉଚ୍ଚ ସ୍ୱର୍ଗରେ ଓ ଈଶ୍ୱରଙ୍କ ତୂରୀବାଦ୍ୟ ସହିତ ପ୍ରଭୁ ସ୍ୱୟଂ ସ୍ୱର୍ଗରୁ ଅବତରଣ କରିବେ| ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମେ ଉଠିବେ” (ବାଇବଲ, ୧ ଥେସଲନୀୟ ୪:୧୬)|
ସେହି ସମୟରେ, ଆମେ ଜାଣିବା ଯେପରି ପୃଥିବୀ ବିନଷ୍ଟ ହୋଇଯିବ ଏବଂ ପାପ ଦୂର ହେବ| ଏକ ହଜାର ବର୍ଷର ସୁଖ ପାଇଁ ଆମେ ସ୍ୱର୍ଗକୁ ଯିବା| ତା’ପରେ, ପ୍ରଭୁ ଯୀଶୁ ମୃତ୍ୟୁ, ଯନ୍ତ୍ରଣା, ଅସୁସ୍ଥତା, ଉଦାସୀନତା ଏବଂ ଏକାକୀତାରୁ ମୁକ୍ତି କରି —ସୌନ୍ଦର୍ଯ୍ୟ ଏବଂ ତ୍ରୁଟିହୀନତା ସହିତ ଜଗତର ପୁନଃସୃଷ୍ଟି କରିବେ| ସେ ପ୍ରତିଜ୍ଞା କରିଛନ୍ତି ଯେ ଯେଉଁମାନେ ତାଙ୍କ ପଥ ଅନୁସରଣ କରନ୍ତି ସେମାନେ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ସେଠାରେ ରହିବେ| ଏହା ହେଉଛି ଯୀଶୁଙ୍କ ପଥ ।
ଶେଷ ମୁକ୍ତି
ଯୀଶୁ ତାଙ୍କ ଫେରିବାର ସଠିକ ଦିନ କିମ୍ବା ଦିନର ସମୟ ପ୍ରକାଶ କରି ନାହାଁନ୍ତି, କିନ୍ତୁ ସେ ତାଙ୍କ ଅନୁଗାମୀମାନଙ୍କୁ ଅନେକ ନିର୍ଦ୍ଦିଷ୍ଟ ସଙ୍କେତ ଦେଇଛନ୍ତି, ଯାହା କି ଆମେ ଜାଣୁ ଯେ ତାଙ୍କ ଆଗମନ ଅତି ନିକଟ—ବୋଧହୁଏ ଆପଣଙ୍କ ଏବଂ ମୋର ସମୟ ମଧ୍ୟରେ। କି ଆଶ୍ଚର୍ଯ୍ୟଜନକ ଖବର! ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ, ଆମେ ଆମର ଖରାପ କର୍ମର ପରିଣାମରୁ ମୁକ୍ତି ପାଇବୁ!
ଯଦି ଆପଣ ସ୍ୱର୍ଗରାଜ୍ୟରେ ପ୍ରବେଶ କରୁଥିବା ଲୋକମାନଙ୍କ ମଧ୍ୟରେ ରହିବାକୁ ଚାହାଁନ୍ତି, ତେବେ ଯୀଶୁଙ୍କ ପଥ ଅନୁସରଣ କରିବା ପାଇଁ ତିନୋଟି ସରଳ ପଦକ୍ଷେପ ଅଛି:
୧. ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତୁ | ଯେତେବେଳେ ଯୀଶୁ ନିଜ ଜୀବନକୁ ବଳିଦାନ ଦେଲେ, ସେତେବେଳେ ସେ ସମସ୍ତଙ୍କର ଖରାପ କାର୍ଯ୍ୟର ପରିଣାମ ବହନ କଲେ| ସେ ଏହା ସ୍ବେଚ୍ଛାକୃତ ଭାବରେ କଲେ ଯାହା ଦ୍ୱାରା ସେ ଆମକୁ ସେଗୁଡ଼ିକରୁ ମୁକ୍ତି ପ୍ରଦାନ କରିପାରିବେ ତୁମେ ହି ଉପହାରକୁ ତୁମର ସମସ୍ତ ହୃଦୟ, ଆତ୍ମା ଏବଂ ମନ ସହିତ ବିଶ୍ୱାସ କରି ଗ୍ରହଣ କରିପାରିବ|
୨. ଏକ ବ୍ୟକ୍ତିଗତ ସମ୍ପର୍କ ବଢ଼ାନ୍ତୁ| ପ୍ରଭୁ ଯୀଶୁ ଚାହାଁନ୍ତି ନାହିଁ ଯେ ଆମେ କେବଳ ଧାର୍ମିକ କର୍ତ୍ତବ୍ୟର ଏକ ଯାଞ୍ଚ ତାଲିକା ଅନୁସରଣ କରିବା; ସେ ଚାହାଁନ୍ତି ଯେ ଆମେ ତାଙ୍କୁ ବ୍ୟକ୍ତିଗତ ଭାବରେ ଜାଣିବା| ଆମେ ଜଣେ ଘନିଷ୍ଠ ବନ୍ଧୁଙ୍କ ସହ ଯେପରି ଆମର ହୃଦୟ ଖୋଲି ସମସ୍ତ ରହସ୍ୟ ବାଣ୍ଟି କଥା ହେବା ପରି ତାଙ୍କ ନିକଟରେ ପ୍ରାର୍ଥନା କରିପାରିବା| ପ୍ରଭୁ ଯୀଶୁ ପ୍ରତ୍ୟେକ ଦିନ ତାଙ୍କ ଆତ୍ମା ମାଧ୍ୟମରେ ଆମ ସହିତ ରହିବାକୁ ପ୍ରତିଜ୍ଞା କରିଥିଲେ, ତେଣୁ ଆମେ ଯେ କୌଣସି ସମୟରେ ତାଙ୍କ ସହିତ କଥାବାର୍ତ୍ତା କରିପାରିବା|
୩. ପ୍ରଭୁ ଯୀଶୁଙ୍କ ଶିକ୍ଷା ଅନୁସରଣ କରନ୍ତୁ| ଯୀଶୁ କହିଥିଲେ ଯେ ଆମେ ତାଙ୍କ ଆଗମନ ପାଇଁ ସଜାଗ ହୋଇ ପ୍ରସ୍ତୁତ ରହିବା ଜରୁରୀ| ପ୍ରଭୁ ଯୀଶୁଙ୍କ ପ୍ରତି ଭକ୍ତି ଜୀବନ ବଞ୍ଚିବାର ଅର୍ଥ ହେଉଛି ଯେ ଆମେ ଯେପରି ତାଙ୍କ ଆଦେଶ ପାଳନ କରିବୁ, ତାଙ୍କୁ ସମସ୍ତ ହୃଦୟରେ ସହ ପ୍ରେମ କରିବୁ ଆଉ ତାଙ୍କର ମେଘମାଳାରେ ଆଗମନ ଦେଖିବା ନିମନ୍ତେ ଆମେ ସର୍ବଦା ପ୍ରସ୍ତୁତ ରହିବୁ| ବାଇବଲରେ, ପ୍ରଭୁ ଯୀଶୁଙ୍କ ଅନୁଗାମୀ ହେବା ପାଇଁ ଆମେ ଜାଣିବା ଆବଶ୍ୟକ କରୁଥିବା ସବୁକିଛି ପାଇବା|
ଯୀଶୁଙ୍କ ଆଗମନ ପାଇଁ ପ୍ରସ୍ତୁତ ହେବାକୁ ତାଙ୍କ ପଥ କିପରି ଅନୁସରଣ କରିବେ ସେ ବିଷୟରେ ଯଦି ଆପଣ ଅଧିକ ଜାଣିବାକୁ ଚାହାଁନ୍ତି, ଦୟାକରି ଏହି ପତ୍ରର ପଛପଟେ ଥିବା ସୂଚନାରେ ଆମ ସହିତ ଯୋଗାଯୋଗ କରନ୍ତୁ|
Copyright © 2023 by Sharing Hope Publications. ବିନା ଅନୁମତିରେ ଅଣ-ବ୍ୟବସାୟିକ ଉଦ୍ଦେଶ୍ୟରେ କାର୍ଯ୍ୟ ମୁଦ୍ରଣ ଏବଂ ଅଂଶୀଦାର କରାଯାଇପାରିବ।ଶାସ୍ତ୍ର ଓଡ଼ିଆ-ସଂସ୍କରଣ (ପୁନଃ-ସମ୍ପାଦିତ) ରୁ ନିଆଯାଇଛି - ପବିତ୍ର ବାଇବଲ (ପୁନଃ-ସମ୍ପାଦିତ)। ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶନ © ୨୦୧୪ । ଅନୁମତି ଦ୍ୱାରା ବ୍ୟବହୃତ। ସମସ୍ତ ଅଧିକାର ବିଶ୍ୱବ୍ୟାପୀ ସଂରକ୍ଷିତ|
ଆମର ସମ୍ବାଦ ଚିଠି ପାଇଁ ସାଇନ୍ ଅପ୍ କରନ୍ତୁ।
ଯେବେ ନୂତନ ପ୍ରକାଶନଗୁଡ଼ିକ ଉପଲବ୍ଧ ହୁଏ, ପ୍ରଥମେ ଜାଣନ୍ତୁ!

ଆପଣଙ୍କ ଦର୍ଶକମାନଙ୍କୁ ଖୋଜନ୍ତୁ
ବୈଶିଷ୍ଟ୍ୟ ପ୍ରକାଶନ
© 2024 Sharing Hope Publications