
ମୋର ଯନ୍ତ୍ରଣା ପାଇଁ ନ୍ୟାୟ
ସାରାଂଶ
ଯନ୍ତ୍ରଣା ସବୁଦିନ ପାଇଁ ରହିବ ନାହିଁ। ଏହି ପ୍ରଚାରପତ୍ର ଜଣେ ସଙ୍ଘର୍ଷରତ ବଳାତ୍କାର ପୀଡିତା ବିଷୟରେ କହନ୍ତି। ଯେତେବେଳେ ସେ ଦୁଷ୍ଟମାନଙ୍କ ଉପରେ ସୃଷ୍ଟିକର୍ତା ଈଶ୍ବର ଆଣିଥିବା ଅନ୍ତିମ ନ୍ୟାୟ କରିବେ। ଏଥିରେ ବର୍ଣ୍ଣନା କରେ ଯେ କିପରି ଯୀଶୁ କପଟୀ ନେତାମାନଙ୍କୁ ନିନ୍ଦା କରିଥିଲେ ଏବଂ ଯେଉଁମାନେ ଦୁଃଖ ଭୋଗିଛନ୍ତି ସେମାନଙ୍କ ସପକ୍ଷରେ ବିଚାର କରିବାକୁ ପ୍ରତିଜ୍ଞା କରିଥିଲେ। କିନ୍ତୁ ଯଦି ଆମ୍ଭେ ନିଜେ ଭୁଲ୍ କରିଥାଉ, ତା'ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ଯେଉଁ ଦୁଃଖ ଭୋଗ କଲେ, ତାହା ଦ୍ବାରା ଆମ୍ଭକୁ କ୍ଷମା କରିବାର ଏକ ଉପାୟ ମଧ୍ୟ ଅଛି।
ଟାଇପ୍ କରନ୍ତୁ
Tract
ପ୍ରକାଶକ
Sharing Hope Publications
ଉପଲବ୍ଧରେ
12 ଭାଷାଗୁଡିକ
ପୃଷ୍ଠାଗୁଡ଼ିକ
6
ଆଉ ଏକ ଦୁଃସ୍ୱପ୍ନ! ବିମଳା ବିଛଣାରେ ସିଧା ବସିଲେ, ତା’ର ହୃଦୟ ଜୋରରେ ଧକ୍ ଧକ୍ ହେଉଥିଲା| ପ୍ରତି କିଛି ଦିନକୁ ଥରେ, ଭୟଙ୍କର ସ୍ମୃତି ତାଙ୍କ ସ୍ୱପ୍ନରେ ପ୍ରବେଶ କରୁଥିଲା—ଜଣେ ଲୋକର ସ୍ମୃତି, ଯିଏ ତାକୁ ମାତ୍ର ୧୨ ବର୍ଷ ବୟସ ହୋଇଥିବା ବେଳେ ତା ଶରୀରକୁ ଉପଭୋଗ କରିଥିଲା|
ବିମଳା ସେହି ଦିନକୁ ଭୁଲି ପାରୁ ନଥିଲେ| ସେ ଲଜ୍ଜା ଓ ନିଜକୁ ଘୃଣ୍ୟ ଅନୁଭବ କରୁଥିଲେ ଏବଂ ସେ ଯନ୍ତ୍ରଣାର ବୋଝ ବିଷୟରେ କାହାକୁ କହି ନଥିଲେ| ବିମଳା ବିଶ୍ୱବିଦ୍ୟାଳୟରେ ପ୍ରବେଶ କଲେ, କିନ୍ତୁ ଦୁଃସ୍ୱପ୍ନଟି ତା ପଛରେ ଲାଗି ରହିଥିଲା| ସେ ସେହି ଲୋକକୁ ଘୃଣା କରି ଆଶା କଲେ ଯେ ସେ ତାର ଉଚିତ ଫଳ ପାଇବ|
କଠିନ ପ୍ରଶ୍ନ
ବିମଳାର ମନକୁ ପ୍ରଶ୍ନଗୁଡ଼ିକ ଛନ୍ଦି ରଖିଥିଲା| ବଳାତ୍କାରୀ ତା’ର କର୍ମର ଫଳରେ ଶାସ୍ତି ପାଇବ କି? ସେ ଲୋକଟି ତାଙ୍କ ସହରର ଜଣେ ଜଣାଶୁଣା ଧାର୍ମିକ ବ୍ୟକ୍ତି ଥିଲା| ସେ ଲୋକମାନଙ୍କ ପାଇଁ ଅନେକ ଭଲ କାର୍ଯ୍ୟ, ବାରମ୍ବାର ଉପବାସ କରି ଦେବତାମାନଙ୍କୁ ଅତ୍ୟନ୍ତ ଭକ୍ତି କରୁଥିଲା| ବିମଳା ତା’ର ସମସ୍ତ ଭଲ କାର୍ଯ୍ୟର ତାଳମେଳ କଲାବେଳେ ଗୋଟିଏ ମନ୍ଦ କାର୍ଯ୍ୟ ଏକ ପରିବର୍ତ୍ତନ ଆଣିଲା କି? କର୍ମର ନିୟମ କିପରି କାମ କରେ ସେ ଜାଣି ନଥିଲା, କିନ୍ତୁ ସେ ଜାଣିଥିଲା ଯେ ତା’ର ଦୁଷ୍ଟବୃତ୍ତି ତା ପାଇଁ ଏକ ବିବାଦ ଆଣିଛି| ବିମଳା ତା’ର ମାନସିକ ଯନ୍ତ୍ରଣାକୁ ଭୁଲି ପାରିଲେ ନାହିଁ |
ନ୍ୟାୟ ସନ୍ଧାନ
ବିମଳାର ଜଣେ ସହପାଠୀ ସାଇରା ଏକ ଅନୁଷ୍ଠାନରେ ଇଣ୍ଟର୍ନସିପ୍ କରୁଥିଲେ ଯାହା ସହାୟତା ଆବଶ୍ୟକ କରୁଥିବା ମହିଳାମାନଙ୍କୁ ସାହାଯ୍ୟ କରୁଥିଲେ| ଦିନେ ସାଇରା ତା’କୁ ବିଧବା, ନିଷ୍ପେଷିତ ମହିଳା ଏବଂ ବଳାତ୍କାରର ଶିକାର ହୋଇଥିବା ମହିଳାମାନଙ୍କୁ ସାହାଯ୍ୟ କରୁଥିବା କେନ୍ଦ୍ରକୁ ଆସିବା ପାଇଁ ନିମନ୍ତ୍ରଣ କଲେ| ବିମଳା ଉଦବିଗ୍ନ ହେଲେ ଏବଂ କାଳେ ତା’ର ଭୟଙ୍କର ରହସ୍ୟ କେହି ଜାଣିଥିବେ ବୋଲି ତାହା ଭାବିଲେ| କିନ୍ତୁ ସାଇରା ଏତେ ଦୟାଳୁ ଦେଖାଗଲା ଯେ ବିମଳା ଯିବାକୁ ସ୍ଥିର କଲେ| ସେମାନେ ଯିବାବେଳେ ସାଇରା ତାଙ୍କୁ ଗତ କିଛି ଦିନ ମଧ୍ୟରେ ଦେଖିଥିବା କିଛି ଆହତ ମହିଳାଙ୍କ ବିଷୟରେ କହିଲେ|
“ତୁମେ କେବେ ସେହି ମହିଳାମାନଙ୍କୁ ଦେଖିଛ, ଯେଉଁମାନେ ଗୁରୁମାନଙ୍କ ଦ୍ୱାରା ଅତ୍ୟାଚାରିତ ହୋଇଛନ୍ତି?” ବିମଳା ଲାଜକୁଳ ଭାବରେ ପଚାରିଲେ|
“ହଁ, ବେଳେବେଳେ,” ସାଇରା ଉତ୍ତର ଦେଲା|
“ଏହା ବହୁତ ଦୁଃଖଜନକ । କେବଳ ଯେହେତୁ କେହି ଜଣେ ଧାର୍ମିକ ବୋଲି ଦାବି କରନ୍ତି ଏହାର ଅର୍ଥ ନୁହେଁ ଯେ ସେ ପରମେଶ୍ୱରଙ୍କ ସହ ସଂଯୁକ୍ତ ଅଟନ୍ତି|”
“ତାହା ଠିକ୍…”
“ମୋର ଗୁରୁ, ମହାଗୁରୁ କହିଛନ୍ତି ଯେ ଆମ ସମୟରେ ଧାର୍ମିକ ଜଗତ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ହେବ| ଆମେ ଭ୍ରଷ୍ଟ ଧର୍ମରୁ ଦୂରେଇ ରହି ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ସହ ଯୋଡ଼ି ହେବା ଆବଶ୍ୟକ| ସେ ଆମକୁ ନିର୍ମଳ ହୃଦୟ ଦେଇ ଆମର ଖରାପ କର୍ମ ପାଇଁ ଆମକୁ କ୍ଷମା କରିବେ| ତା’ପରେ ଆମେ ସେହିମାନଙ୍କ ମଧ୍ୟରେ ରହିବୁ ଯେଉଁମାନେ ପରମେଶ୍ୱର ପୃଥିବୀକୁ ପୁନର୍ବାର ସୃଷ୍ଟି କରୁଥିବାର ଦେଖିବେ, ଯେଉଁଠାରେ ଆଉ ଦୁଷ୍ଟ ବା ପାପୀ ଲୋକଙ୍କ ସ୍ଥାନ ନଥିବ|
“ଏହି ଦୃଷ୍ଟି ଅତ୍ୟନ୍ତ ଆକର୍ଷଣ ଲାଗୁଛି| ତୁମର ଗୁରୁ କିଏ?”
“ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁସରଣ କରେ| ସେ ଜଣେ ମହାନ ଶିକ୍ଷକ ଥିଲେ, କିନ୍ତୁ ସେ ପରମେଶ୍ୱରଙ୍କ ଅବତାର ମଧ୍ୟ ଥିଲେ| ତୁମେ ତାଙ୍କ ବିଷୟରେ ଜାଣିଛ କି?”
“ମୁଁ ଭାବୁଛି ମୁଁ ଖୋଲା ସ୍ଥାନ ବଜାରରେ ତାଙ୍କର କିଛି ଚିତ୍ର ଦେଖିଛି, କିନ୍ତୁ ମୁଁ ତାଙ୍କ ବିଷୟରେ ଅଧିକ ଜାଣେ ନାହିଁ । ସେ ଆଉ କ’ଣ କହିଥିଲେ?”
ବସ୍ ରାସ୍ତା କଡ଼ରେ ଅଟକିଲା| ସାଇରା କହିଲା, “ଚାଲ ବସ୍ ରେ ବସିବା, ତାପରେ ମୁଁ ତୁମକୁ ଏହି ବିଷୟରେ ଅଧିକ କହିବି|”
ଆଧ୍ୟାତ୍ମିକ କପଟୀ
ବିମଳା ଏବଂ ସାଇରା ବସ୍ରେ ଚଢ଼ି ଏକାଠି ସିଟ୍ ପାଇଲେ|
ସାଇରା କହିଲା, “ଧାର୍ମିକ କପଟୀର କ୍ଷତିକାରକ ପ୍ରଭାବ ବିଷୟରେ ଯୀଶୁ ଅନେକ କଥା କହିଥିଲେ|” ସେ ତାଙ୍କର ବ୍ୟାଗରୁ ପ୍ରଭୁ ଯୀଶୁଙ୍କ ଏକ ଛୋଟ ପୁସ୍ତକ ବାହାର କରି ତାକୁ ଖୋଲିଲେ| ସେ କହିଲେ, “ଏଠାରେ ଏହା କ’ଣ କହୁଛି ଦେଖ” ବିମଳା ପଢିଲେ,
କପଟୀ ଶାସ୍ତ୍ରୀ ଓ ଫାରୁଶୀମାନେ, ତୁମକୁ ଧିକ୍! କାରଣ ତୁମେ ବିଧବାମାନଙ୍କ ଘରକୁ ଗ୍ରାସ କର ଏବଂ ଏକ ଛଳନା ପାଇଁ ଲମ୍ବା ପ୍ରାର୍ଥନା କର| ତେଣୁ ତୁମେ ଅଧିକ ଦଣ୍ଡ ପାଇବ (ମାଥିଉ ୨୩: ୧୪)|
“ଶାସ୍ତ୍ରୀ ଓ ଫାରିଶୀମାନେ କିଏ?” ସେ ପଚାରିଲେ| ସାଇରା ବୁଝାଇଲେ, “ସେମାନେ ପ୍ରଭୁ ଯୀଶୁଙ୍କ ସମୟରେ ଗୁରୁମାନଙ୍କ ପରି ଥିଲେ, କିନ୍ତୁ ସେମାନେ ବହୁତ ଦୁର୍ନୀତିଗ୍ରସ୍ତ ଥିଲେ|” ବିମଳା ମୁଣ୍ଡ ହଲାଇଲେ ଓ ପଢିବାକୁ ଲାଗିଲେ|
ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ। ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ପରିଷ୍କାର କର, ଯେପରି ସେଥିର ବାହାର ମଧ୍ୟ ପରିସ୍କାର ହେବ (ମାଥିଉ ୨୩: ୨୫, ୨୬)|
ଅନନ୍ତ ବିଚାର
ସାଇରା କହିଲା, “ସୃଷ୍ଟିକର୍ତ୍ତା ଈଶ୍ୱର ଆମକୁ ସତର୍କ ରହିବାକୁ କୁହନ୍ତି କାରଣ ଆଧ୍ୟାତ୍ମିକ କପଟୀ ଆଜି ମଧ୍ୟ ଆମ ମଧ୍ୟରେ ଅଛି|” “ପ୍ରଭୁ ଯୀଶୁଙ୍କ ପୁସ୍ତକ କହେ ଯେ, ଆମ ସମୟରେ ଜଗତ ଏବଂ ଧାର୍ମିକ ବ୍ୟବସ୍ଥା ମଧ୍ୟ ବହୁତ ଦୁର୍ନୀତିଗ୍ରସ୍ତ ହେବ| କିନ୍ତୁ ଯେତେବେଳେ ପରମେଶ୍ୱର ପୁନର୍ବାର ଜଗତ ସୃଷ୍ଟି କରିବେ ସେତେବେଳେ ସେ ଦୁଷ୍କର୍ମକାରୀମାନଙ୍କର ବିଚାର କରିବେ|”
“ସେ କିପରି ଠିକ୍ ବିଚାର କରିବେ ବୋଲି ତୁମେ ଭାବୁଛ?” ବିମଳା ଉତ୍ତର ଦେଲେ|
ସାଇରା ବୁଝାଇଲେ “ପ୍ରଭୁ ଯୀଶୁଙ୍କ ପୁସ୍ତକ କହେ ଯେ ପରମେଶ୍ୱର ସମସ୍ତଙ୍କ ଭଲ ଓ ମନ୍ଦ କର୍ମକୁ ନେଇ ଏକ ପୁସ୍ତକରେ ରେକର୍ଡ କରନ୍ତି| “ଯୁଗ ଶେଷରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମେଘମାଳାରେ ବସି ଆଗମନ କରିବେ| ସମସ୍ତେ ତାଙ୍କୁ ଦେଖିବେ| ବହିରେ ଯାହା ଲେଖା ଅଛି, ସେ ଅନୁସାରେ ସେ ପ୍ରତ୍ୟେକଙ୍କର ବିଚାର କରିବେ|”
ବିମଳା ଆଗ୍ରହାଂନିତ ହେଲେ| “କିନ୍ତୁ ଆମର ମନ୍ଦ କର୍ମ ବିଷୟରେ ଆମେ କ’ଣ କରିବା ଉଚିତ୍?” ସେ ପଚାରିଲେ|
ସେମାନେ ବସରୁ ବାହାରକୁ ଆସିବା ସମୟରେ ସାଇରା ହସିଲା| “ତାହା ହେଉଛି ଉତ୍ତମ ଅଂଶ| ପ୍ରଭୁ ଯୀଶୁ ଏକ ପାପ ବଳି ଭାବରେ ମୃତ୍ୟୁ ବରଣ କଲେ ଏବଂ ପରେ ତାଙ୍କର ଜୀବନ ପୁନରୁତ୍ଥାନ ହେଲା| ସେ ପ୍ରତିଜ୍ଞା କରିଛନ୍ତି ଯେ ଯଦି ଆମେ ଆମର ପାପ ସ୍ୱୀକାର କରୁ, ତାଙ୍କ ଉପରେ ବିଶ୍ୱାସ କରିବା, ତେବେ ତାଙ୍କର ନିଜ ଜୀବନକୁ ବଳି ଦେବାର ଉତ୍ତମ କର୍ମ ଏତେ ଶକ୍ତିଶାଳୀ ଯେ ଏହା ଆମର ସମସ୍ତ ଖରାପ କାର୍ଯ୍ୟକୁ ପୁସ୍ତକରୁ ଲିଭାଇ ଦେବ|”
ସର୍ବୋତ୍ତମ ବିଚାର ବାର୍ତ୍ତା
ସେମାନେ ସେହି ସହାୟତା କେନ୍ଦ୍ରରେ ପହଞ୍ଚିଲେ ଯାହା ଅବହେଳିତ ମହିଳାଙ୍କ ଆବଶ୍ୟକତା ପାଇଁ ସେବା ପ୍ରଦାନ କରୁଥିଲା| ବିମଳା ଦୈନଦିନ ଭୋଜନ ପାଇଁ ବାହାରେ ଅପେକ୍ଷା କରିଥିବା ଗରିବ, ଜୀର୍ଣ୍ଣଶୀର୍ଣ୍ଣ ବିଧବାମାନଙ୍କୁ ଦେଖିଲେ| ସେ ଦେଖିଲା ଯେ କଳା ଚଷମା ପଛରେ କଳା ପଡ଼ିଯାଇଥିବା ଆଖିକୁ ଲୁଚାଇବାକୁ ଚେଷ୍ଟା କରି ଜଣେ ମଧ୍ୟବିତ୍ତ ମହିଳା ତରତର ହୋଇ ପ୍ରବେଶ କଲେ| ବିମଳାର ହୃଦୟ ଦୟାରେ ଭରିଗଲା| ସେ କେବଳ ଯନ୍ତ୍ରଣା ପାଉଥିବା ଏକୁଟିଆ ମହିଳା ନଥିଲେ!
ସାଇରା ଲକ୍ଷ୍ୟ କଲେ| “ତୁମେ ଠିକ ଅଛ କି?”
ବିମଳା ଉତ୍ତର ଦେଲେ, “ହଁ, ମୁଁ ଠିକ ଅଛି| କିନ୍ତୁ ପ୍ରଭୁ ଯୀଶୁ ଆମର ବିଚାରକ ହେବା ପାଇଁ ଶୀଘ୍ର ଆସିବା ଆବଶ୍ୟକ ବୋଲି ମୁଁ ଭାବୁଛି| ଯଦି ଏହା ସତ୍ୟ ଯେ ସେ ମନ୍ଦ ଲୋକଙ୍କୁ ଅଦୃଶ୍ୟ କରି ଦେବେ ଏବଂ ଭଲ ଲୋକଙ୍କୁ ଅନନ୍ତ ଜୀବନ ପାଇଁ ଏକ ସୁନ୍ଦର ସ୍ଥାନକୁ ନେଇଯିବେ, ଏହା ମୁଁ ଶୁଣିଥିବା ଅତି ଉତ୍ତମ ବିଚାର!”
ଯଦି ଆପଣ ପ୍ରଭୁ ଯୀଶୁଙ୍କ ପୁସ୍ତକ ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି, ଦୟାକରି ଏହି ପତ୍ରିକାର ପଛପଟେ ଥିବା ସୂଚନାରେ ଆମ ସହିତ ଯୋଗାଯୋଗ କରନ୍ତୁ|
Copyright © 2023 by Sharing Hope Publications. ବିନା ଅନୁମତିରେ ଅଣ-ବ୍ୟବସାୟିକ ଉଦ୍ଦେଶ୍ୟରେ କାର୍ଯ୍ୟ ମୁଦ୍ରଣ ଏବଂ ଅଂଶୀଦାର କରାଯାଇପାରିବ।ଶାସ୍ତ୍ର ଓଡ଼ିଆ-ସଂସ୍କରଣ (ପୁନଃ-ସମ୍ପାଦିତ) ରୁ ନିଆଯାଇଛି - ପବିତ୍ର ବାଇବଲ (ପୁନଃ-ସମ୍ପାଦିତ)। ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶନ © ୨୦୧୪ । ଅନୁମତି ଦ୍ୱାରା ବ୍ୟବହୃତ। ସମସ୍ତ ଅଧିକାର ବିଶ୍ୱବ୍ୟାପୀ ସଂରକ୍ଷିତ|
ଆମର ସମ୍ବାଦ ଚିଠି ପାଇଁ ସାଇନ୍ ଅପ୍ କରନ୍ତୁ।
ଯେବେ ନୂତନ ପ୍ରକାଶନଗୁଡ଼ିକ ଉପଲବ୍ଧ ହୁଏ, ପ୍ରଥମେ ଜାଣନ୍ତୁ!

ଆପଣଙ୍କ ଦର୍ଶକମାନଙ୍କୁ ଖୋଜନ୍ତୁ
ବୈଶିଷ୍ଟ୍ୟ ପ୍ରକାଶନ
© 2024 Sharing Hope Publications