
ଜଗତର ଶେଷ: ଏକ ଆଶ୍ଚର୍ଯ୍ୟଜନକ ବା ସ୍ତମ୍ଭୀଭୂତ ଭବିଷ୍ୟବାଣୀ!
ସାରାଂଶ
ଆମ ପୃଥିବୀର ଭବିଷ୍ୟତ ଏକ ରହସ୍ୟ ନୁହେଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁସ୍ତକ ବାଇବଲରେ ଏହି ଭବିଷ୍ୟବାଣୀ ପୂର୍ବରୁ କୁହାଯାଇଥିଲା। ଯୀଶୁ ଆମକୁ ନିର୍ଦ୍ଦିଷ୍ଟ ଚିହ୍ନଗୁଡ଼ିକ ପାଇଁ ଜାଗ୍ରତ ରହିବାକୁ କହିଥିଲେ, ଯେପରି ଆମେ ଜାଣିପାରିବା ଯେ କେବେ ଶେଷ ସମୟ ସନ୍ନିକଟ ହେବ। ଯଦି ଆମେ ତାଙ୍କ ଶିକ୍ଷାକୁ ଅନୁସରଣ କରି ତାଙ୍କ ଉପରେ ଭରସା କରିବା, ତେବେ ଭବିଷ୍ୟତ ବିଷୟରେ ଆମେ ନିଶ୍ଚିତ ହୋଇପାରିବା। ପୃଥିବୀର ଶେଷ ଓ ଅନନ୍ତ କାଳର ଆରମ୍ଭ ପାଇଁ କିପରି ପ୍ରସ୍ତୁତ ରହିବାକୁ ହେବ ତାହା ଏହି ପୁସ୍ତିକାରେ କୁହାଯାଇଛି।
ଟାଇପ୍ କରନ୍ତୁ
Tract
ପ୍ରକାଶକ
Sharing Hope Publications
ଉପଲବ୍ଧରେ
12 ଭାଷାଗୁଡିକ
ପୃଷ୍ଠାଗୁଡ଼ିକ
6
ଅଧିକ ଆରାମଦାୟକ ସ୍ଥିତି ଖୋଜିବା ପାଇଁ ରମଣଦୀପ ତାଙ୍କ ବୟସ୍କ ଶରୀରକୁ ଘୂଞ୍ଚାଇଲେ| ଆଜିକାଲି ତାଙ୍କର ଗଣ୍ଠି ଗୁଡିକ ଅଧିକରୁ ଅଧିକ ବ୍ୟଥା ହେଉଥାଏ| ଧାନ କ୍ଷେତ ଉପରକୁ ଚାହିଁଲାବେଳେ ରଙ୍ଗ ଗୁଡିକ ଏକା ସାଙ୍ଗରେ ଝାପସା ଦେଖାଯାଏ| ବୋହୂକୁ ଖାଦ୍ୟ ପ୍ରସ୍ତୁତି କରୁଥିବାର ସେ ଶୁଣି ପାରୁଥିଲେ| ସେ ଭାବୁଥିଲେ, ତାଙ୍କ ପରିବାର ଲୋକ ତାଙ୍କୁ ଏକ ବୋଝ ବୋଲି ଦେଖୁଛନ୍ତି କି? ବାର୍ଦ୍ଧକ୍ୟ ଅବସ୍ଥା ସହଜ ନଥିଲା - ତାଙ୍କ ପାଇଁ ନୁହେଁ ତାଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସହଜ ନୁହେଁ|
ସେ ଯେତେବେଳେ ଛୋଟ ଥିଲେ, ତଥାପି ମନ୍ଦିରକୁ ଯାଇପାରୁଥିଲେ ସେତେବେଳେ ତାଙ୍କ ଗୁରୁ କ’ଣ କହିଥିଲେ ସେହି ବିଷୟରେ ଚିନ୍ତା କଲେ| ତାଙ୍କର ଗୁରୁ କହିଥିଲେ ଯେ ଚାରୋଟି ଯୁଗ ଅଛି—ପ୍ରତ୍ୟେକଟି ଧୀରେ ଧୀରେ ଅଧିକ ଖରାପ ହେଉଛି| ଅନ୍ତିମ ଯୁଗ—କଳି ଯୁଗ—ସବୁଠୁ ଖରାପ ହେବ, ମନ୍ଦଚିନ୍ତା, ଦୁଃଖ ଏବଂ ଅନ୍ଧକାରରେ ପରିପୂର୍ଣ୍ଣ| ରମଣଦୀପ ଦୀର୍ଘ ନିଶ୍ୱାସ ଛାଡ଼ିଲେ| ବୋଧ ହୁଏ କଳି ଯୁଗ କିଛିଟା ବୃଦ୍ଧାବସ୍ଥା ପରି ଥିଲା—ଯାହା ଏକଦା ଭଲ ଥିଲା ତାହାର ଏକ ଅନ୍ତିମ ଅବନତି। ଭୂକମ୍ପ, ରୋଗ, ହତ୍ୟା ଏବଂ ଯୁଦ୍ଧରେ ଲୋକମାନେ କିପରି ମରୁଛନ୍ତି ସେ ଏହି ଖବର ଶୁଣିଥିଲେ| ଯେଉଁମାନେ ମରି ନାହାଁନ୍ତି ସେମାନେ ବସ୍ତୁବାଦୀ, ଉଦାସୀନ ଏବଂ ଅନୈତିକ ହୋଇପଡ଼ିଥିଲେ|
ଏହି ଦୁଃଖଦ ଦୁନିଆଁ କେବେ ଶେଷ ହେବ? ତାଙ୍କର ବୟସ୍କ ଶରୀର—ଏବଂ ପତିତମୁଖୀ ଗୃହ—ପୁନର୍ବାର ଜନ୍ମ ହୋଇପାରେ କି?
ପୃଥିବୀର ଭବିଷ୍ୟତ ବିଷୟରେ ଭବିଷ୍ୟବାଣୀ
ମୁଁ ଆପଣଙ୍କୁ ଏକ ଐଶ୍ୱରୀୟ ଭବିଷ୍ୟବାଣୀ କହୁଥିବା ତାଙ୍କ ସହିତ ପରିଚିତ କରିବାକୁ ଚାହେଁ, ଯାହାର ଭବିଷ୍ୟତ ପାଇଁ ମୁଁ ଚିହ୍ନଗୁଡିକୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରେ| ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ| ସେ ମଣିଷ ଭାବରେ ପୃଥିବୀକୁ ଆସିଥିଲେ, ଲୋକଙ୍କୁ ସୁସ୍ଥ କରିଥିଲେ | ସେମାନେ କିପରି ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବେ ତାହା ସମସ୍ତଙ୍କୁ ଜଣାଇଥିଲେ| ୩୩ ବର୍ଷ ବୟସରେ, ସେ ନିଜ ଜୀବନକୁ ବଳି ଦେଇଥିଲେ| ତା’ପରେ, ଆଶ୍ଚର୍ଯ୍ୟର କଥା, ସେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ! ସେ କହିଛନ୍ତି ଯେ ଯଦି ଆମେ ତାଙ୍କ ଉପରେ ଭରସା କରି ତାଙ୍କ କଥା ମାନିବା, ତେବେ ତାଙ୍କ ବଳିଦାନ ଆମ ପାଇଁ କ୍ଷମା ଏବଂ ମୁକ୍ତି ଆଣିଦେବ|
ପ୍ରଭୁ ଯୀଶୁ ଆମ ଜଗତର ଭବିଷ୍ୟତ ବିଷୟରେ କହିଥିଲେ| ସେ ମଧ୍ୟ କହିଥିଲେ ଯେ ବର୍ତ୍ତମାନର ପାପର ଯୁଗକୁ ସମାପ୍ତ କରିବେ|ତାଙ୍କର ପୁସ୍ତକ, ବାଇବଲ, ଭବିଷ୍ୟବାଣୀରେ ପରିପୂର୍ଣ୍ଣ ଏକ ପୁସ୍ତକ। ଆମେ ଅନ୍ତିମ ଦିନର ନିକଟତର ବୋଲି କିପରି ଜାଣିପାରିବା ତାହା ବିଷୟରେ ଆମେ ତାଙ୍କ ଭବିଷ୍ୟବାଣୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ|
ଜଗତର ଶେଷ
ଦିନେ ପ୍ରଭୁ ଯୀଶୁଙ୍କ ଶିଷ୍ୟମାନେ ତାଙ୍କୁ ପଚାରିଲେ, “ଆପଣଙ୍କ ଆଗମନ ଏବଂ ଯୁଗ ଶେଷର ଲକ୍ଷଣ କ’ଣ ହେବ?” (ବାଇବଲ, ମାଥିଉ ୨୪: ୩)| ପ୍ରଭୁ ଯୀଶୁ ସେମାନଙ୍କୁ କହିଲେ ଯେ ଯୁଗର ସମାପ୍ତି ପୂର୍ବରୁ ଲକ୍ଷଣଗୁଡ଼ିକ ଦେଖାଯିବ ଯାହା ତାଙ୍କ ଆଗମନ ବିଷୟରେ ଜାଣିବାରେ ସାହାଯ୍ୟ କରିବ। ଏହି ଲକ୍ଷଣଗୁଡ଼ିକରେ ଏସବୁ ଅନ୍ତର୍ଭୁକ୍ତ:
୧. ମିଥ୍ୟା ତ୍ରାଣକର୍ତ୍ତା। ପ୍ରଭୁ ଯୀଶୁ କହିଲେ, “କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ| କାରଣ ଅନେକେ ମୋ ନାମରେ ଆସି, ‘ମୁଁ ଖ୍ରୀଷ୍ଟ,‘ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ|” (ମାଥିଉ ୨୪: ୪,୫)| ପ୍ରଭୁ ଯୀଶୁ ବୋଲି ଦାବି କରୁଥିବା ଅପରାଧୀମାନଙ୍କ ଦ୍ୱାରା ଆମେ ପ୍ରତାରିତ ହେବା ଉଚିତ୍ ନୁହେଁ| ତାଙ୍କର ପ୍ରକୃତ ଆଗମନ ସମଗ୍ର ବିଶ୍ୱରେ ଦେଖାଯିବ—“ପୂର୍ବରୁ ପଶ୍ଚିମ ଦିଗକୁ ବିଜୁଳି ଭଳି” (ମାଥିଉ ୨୪: ୨୭)—ଏବଂ ସମଗ୍ର ବିଶ୍ୱ ଭୟଙ୍କର ଏବଂ ଆଶ୍ଚର୍ଯ୍ୟଜନକ ମହାମାରୀ ଦ୍ୱାରା କମ୍ପିତ ହେବା ପରେ ଏହା ଘଟିବ|
୨. ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ । ପ୍ରଭୁ ଯୀଶୁ କହିଲେ, “ତୁମେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ; କାରଣ ଏହିସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ । କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ (ମାଥିଉ ୨୪: ୬,୭)|” ଯେତେବେଳେ ଆମେ ଯୁଗର ଶେଷ ଭାଗରେ ପହଞ୍ଚୁ, ଯୁଦ୍ଧଗୁଡ଼ିକ ବାରମ୍ବାର ଅଧିକ ଭୟଙ୍କର ହେବ|
୩. ଦୁର୍ଭିକ୍ଷ, ଭୂକମ୍ପ ଏବଂ ମହାମାରୀ । ସେ ଭବିଷ୍ୟବାଣୀ କରିଥିବା ତୃତୀୟ ଲକ୍ଷଣ ଥିଲା ଯେ “ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ଓ ମହାମାରୀ ହେବ । ଏସବୁ ଦୁଃଖର ଆରମ୍ଭ ମାତ୍ର ।” (ମାଥିଉ ୨୪: ୬,୭)| ଶତାବ୍ଦୀର ଆରମ୍ଭରୁ ୨୦ ନିୟୁତରୁ ଅଧିକ ଲୋକ ଦୁର୍ଭିକ୍ଷର ଶିକାର ହୋଇଛନ୍ତି| ନେପାଳରେ ୨୦୧୫ରେ ହୋଇଥିବା ଇତିହାସର ସବୁଠାରୁ ଭୟଙ୍କର ଭୂକମ୍ପରେ ୮,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା| ରୋଗ ଅସଂଖ୍ୟ ଜୀବନ ନେଇଛି| ନିଶ୍ଚିତ ଭାବରେ, ପ୍ରଭୁ ଯୀଶୁ ଯାହା ଭବିଷ୍ୟବାଣୀ କରିଥିଲେ, ତାହା ଆମେ ଦେଖୁ ଅଛୁ|
୪. ନୈତିକ ଅବନତି। ପ୍ରଭୁ ଯୀଶୁ କହିଲେ, “କାରଣ ଅନୈତିକତା ବୃଦ୍ଧି ପାଇବ, ଅନେକଙ୍କ ପ୍ରେମ ଶୀତଳ ହୋଇଯିବ (ମାଥିଉ ୨୪: ୧୨)| ଏହା ଅନୁମାନ କରାଯାଏ ଯେ ଭାରତରେ ପ୍ରତିଦିନ ହାରାହାରି ୯୧ ବଳାତ୍କାର ଏବଂ ୭୯ ଲୋକଙ୍କ ହତ୍ୟାକାଣ୍ଡ ହୋଇଥାଏ| ଲୋକମାନେ ଏତେ ଆତ୍ମ-କୈନ୍ଦ୍ରିକ ହୋଇ ଉଠୁଛନ୍ତି ଯେ ସେମାନଙ୍କର କାର୍ଯ୍ୟ ଅନ୍ୟମାନଙ୍କୁ କିପରି ଆଘାତ କରେ ସେମାନେ ଆଉ ଚିନ୍ତା କରୁନାହାଁନ୍ତି|
ପ୍ରଭୁ ଯୀଶୁ ଏହି ସମସ୍ତ ଲକ୍ଷଣଗୁଡ଼ିକର ଭବିଷ୍ୟବାଣୀ କରିଥିଲେ ଯାହା ସେ ମେଘମାଳାରେ ଗୌରବର ଆଗମନ କରିବା ପୂର୍ବରୁ ଘଟିବ| ଯେହେତୁ ଆମେ ଏହି ଲକ୍ଷଣଗୁଡିକ ଘଟୁଥିବାର ଦେଖୁ, ଆମେ ଜାଣିପାରିବା ଯେ ତାଙ୍କର ଭବିଷ୍ୟବାଣୀ ସତ୍ୟ ଏବଂ ତାଙ୍କର ଆଗମନ ଅତି ନିକଟ!
ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ପ୍ରସ୍ତୁତି!
ଯେଉଁମାନେ ସ୍ୱାର୍ଥ, ଅହଂକାର ଏବଂ ଅନୈତିକ ଜୀବନଯାପନ କରୁଛନ୍ତି, ସେମାନେ ପ୍ରଭୁ ଯୀଶୁ ଆସିଲେ ଖୁସି ହେବେ ନାହିଁ| ବାସ୍ତବରେ, ଯେତେବେଳେ ସେ ମେଘମାଳାରେ ଫେରି ଆସନ୍ତି, ସେମାନଙ୍କର ସମସ୍ତ ଖରାପ କର୍ମ ଗୋଟିଏ ବିନାଶ ମୁହୂର୍ତ୍ତରେ ସେମାନଙ୍କ ଉପରେ ପଡ଼ିବ| ସେମାନେ ତାଙ୍କଠାରୁ ଲୁଚିବାକୁ ଚେଷ୍ଟା କରିବେ ଏବଂ ପଥର ଓ ପର୍ବତକୁ ଚିତ୍କାର କରି କହିବେ, “ଆମ ଉପରେ ପଡ଼ ଏବଂ ସିଂହାସନରେ ବସିଥିବା ବ୍ୟକ୍ତିଙ୍କ ସମ୍ମୁଖରୁ ଆମକୁ ଲୁଚାଅ!” (ବାଇବଲ, ପ୍ରକାଶିତ ୬:୧୬)|
କିନ୍ତୁ ଯେଉଁମାନେ ପ୍ରଭୁ ଯୀଶୁଙ୍କ ବଳିଦାନ ଉପରେ ବିଶ୍ୱାସ କରନ୍ତି, ସେହି ଦିନ ସେମାନେ ତୁରନ୍ତ ପରିବର୍ତ୍ତିତ ହୋଇ ନୂତନ ଏବଂ ଅମର ଶରୀର ପ୍ରାପ୍ତ କରିବେ| ସେମାନେ ମେଘରେ ଭାସିବେ ଏବଂ ଏହି ପତନମୁଖୀ ଦୁନିଆଁରୁ ସବୁଦିନ ପାଇଁ ରକ୍ଷା ପାଇବେ| ଯଦି ଆପଣ ସେହି ଅନନ୍ତ ସୁଖୀ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଜଣେ ହେବାକୁ ଚାହାଁନ୍ତି, ତେବେ ଆପଣ ଆଜି ଏହି ସରଳ ପ୍ରାର୍ଥନା କରିପାରିବେ:
ପ୍ରିୟ ସୃଷ୍ଟିକର୍ତ୍ତା ପରମେଶ୍ଵର, ମୁଁ ବିଶ୍ୱାସ କରେ ପ୍ରଭୁ ଯୀଶୁ ଶୀଘ୍ର ଫେରି ଆସିବେ| ଦୟାକରି ମୋତେ ପ୍ରଭୁ ଯୀଶୁଙ୍କୁ କିପରି ଜାଣିବି ଏବଂ ବିଶ୍ୱାସ କରିବି ତାହା ଶିଖାନ୍ତୁ, ଯାହାଫଳରେ ସ୍ୱର୍ଗକୁ ନିଆଯାଇଥିବା ଲୋକମାନଙ୍କ ମଧ୍ୟରେ ମୁଁ ରହିବି| ଆମେନ୍|
ପ୍ରଭୁ ଯୀଶୁଙ୍କ ଭବିଷ୍ୟତର ଭବିଷ୍ୟବାଣୀ ବିଷୟରେ ଯଦି ଆପଣ ଅଧିକ ଜାଣିବାକୁ ଚାହାଁନ୍ତି, ଦୟାକରି ଏହି ପତ୍ରିକାର ପଛପଟେ ଥିବା ସୂଚନାରେ ଆମ ସହିତ ଯୋଗାଯୋଗ କରନ୍ତୁ|
Copyright © 2023 by Sharing Hope Publications. ବିନା ଅନୁମତିରେ ଅଣ-ବ୍ୟବସାୟିକ ଉଦ୍ଦେଶ୍ୟରେ କାର୍ଯ୍ୟ ମୁଦ୍ରଣ ଏବଂ ଅଂଶୀଦାର କରାଯାଇପାରିବ।ଶାସ୍ତ୍ର ଓଡ଼ିଆ-ସଂସ୍କରଣ (ପୁନଃ-ସମ୍ପାଦିତ) ରୁ ନିଆଯାଇଛି - ପବିତ୍ର ବାଇବଲ (ପୁନଃ-ସମ୍ପାଦିତ)। ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶନ © ୨୦୧୪ । ଅନୁମତି ଦ୍ୱାରା ବ୍ୟବହୃତ। ସମସ୍ତ ଅଧିକାର ବିଶ୍ୱବ୍ୟାପୀ ସଂରକ୍ଷିତ|
ଆମର ସମ୍ବାଦ ଚିଠି ପାଇଁ ସାଇନ୍ ଅପ୍ କରନ୍ତୁ।
ଯେବେ ନୂତନ ପ୍ରକାଶନଗୁଡ଼ିକ ଉପଲବ୍ଧ ହୁଏ, ପ୍ରଥମେ ଜାଣନ୍ତୁ!

ଆପଣଙ୍କ ଦର୍ଶକମାନଙ୍କୁ ଖୋଜନ୍ତୁ
ବୈଶିଷ୍ଟ୍ୟ ପ୍ରକାଶନ
© 2024 Sharing Hope Publications