କ୍ଷମା ପାଇବା

କ୍ଷମା ପାଇବା

ସାରାଂଶ

ଆମେ ସମସ୍ତେ ଜୀବନରେ ଅନେକ ଭୁଲ୍ କରିଥାଉ। କ'ଣ ଆମେ କର୍ମର ତୀକ୍ଷ୍ଣ ଫଲାଫଳ ପାଇଁ ଅପେକ୍ଷା କରିବା ଉଚିତ, ନା ଐଶ୍ୱରୀୟ କ୍ଷମା ଭଳି ଆଉ କିଛି ବିଷୟ ଅଛି? ଏହି ପୁସ୍ତିକାଟି ଯୀଶୁଙ୍କ ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତର ଏକ ସ୍ୱଦେଶୀ ସଂସ୍କରଣକୁ କହିଥାଏ ଯେ କିପରି ସୃଷ୍ଟିକର୍ତ୍ତା ଈଶ୍ବର ପାପୀମାନଙ୍କୁ ପ୍ରସାରିତ ବାହୁରେ ସ୍ୱାଗତ କରି ଏକ ମୁହୂର୍ତ୍ତରେ ଆଜୀବନ ପାପକୁ କ୍ଷମା କରିପାରନ୍ତି।

ଡାଉନଲୋଡ୍ କରିବା

ପ୍ରତାପ, ଜଣେ ଧନୀ ଜମିଦାରଙ୍କ ପୁତ୍ର ଥିଲେ । ସେମାନେ ଏକ ବଡ଼ ଘରେ ରହୁଥିଲେ| ସେମାନଙ୍କର ଅନେକ ମୁଲିଆ ଥିଲେ| ପ୍ରତାପ ସର୍ବଦା ଉତ୍ତମ ବସ୍ତ୍ର, ଖାଦ୍ୟ ଏବଂ ଶିକ୍ଷା ପାଇଥିଲେ—ସେ ଜାଣିଥିଲେ ଯେ ତାଙ୍କ ପିତାମାତା ତାଙ୍କୁ ବହୁତ ପ୍ରେମ କରନ୍ତି| ବିଶେଷ କରି ତାଙ୍କ ବାପା ପ୍ରତାପଙ୍କୁ ବେଶୀ ପ୍ରେମ କରୁଥିଲେ|

କିନ୍ତୁ ପ୍ରତାପଙ୍କ ବୟସ ବଢିବା ସହ ସେ ବଦଳିବାକୁ ଲାଗିଲେ| ପୁରୁଣା ଢଙ୍ଗ ଆଉ ତାଙ୍କ ପାଇଁ ଆକର୍ଷଣୀୟ ନଥିଲା| ପିତାଙ୍କ ଘର ଓ ତାଙ୍କ ମାର୍ଗ ତାଙ୍କୁ ପ୍ରତିବନ୍ଧକ ପରି ଅନୁଭୂତ ହେବାକୁ ଲାଗିଲା| ପ୍ରତାପ ସ୍ୱାଧୀନ ହେବାକୁ ଇଚ୍ଛା କଲେ|

ଦିନେ ପ୍ରତାପ ତାଙ୍କ ମାଆଙ୍କୁ ଏକ ବିଶେଷ ଅନୁରୋଧ ନେଇ ତାଙ୍କ ପିତାଙ୍କ ପାଖକୁ ଯିବା ପାଇଁ ନିବେଦନ କଲେ| ସେ ଯାହା ଇଚ୍ଛା କରିଥିଲେ ଯାହା ମାତାଙ୍କୁ କହିଲାବେଳେ, ତାଙ୍କ ମାତା ଭୟଭୀତ ହୋଇଗଲେ । କିନ୍ତୁ ଯେପର୍ଯ୍ୟନ୍ତ ସେ ପଚାରିବାକୁ ରାଜି ହୋଇନାହାନ୍ତି, ସେପର୍ଯ୍ୟନ୍ତ ତାଙ୍କ ମାତା ଉପରେ ଚାପ ପକାଇଲେ । ଅନେକ ଦିନ ବିତିଗଲା, କିନ୍ତୁ ପରିଶେଷରେ ସେ କାନ୍ଦି କାନ୍ଦି ଫେରିଲେ|

ସେ କହିଲେ, “ସେ ଏହା କରିବ” ତାଙ୍କ ପୁତ୍ରର ମୁଖକୁ ଚାହିଁବାରେ ସେ ଅସମର୍ଥ ଥିଲେ । ସେ କହିଲେ, ଯାହା “ସେ ଆମର ଅଧା ସମ୍ପତ୍ତି ବିକ୍ରୟ କରି ତୁମକୁ ତୁମର ଉତ୍ତରାଧିକାର ସମ୍ପତ୍ତି ଦେବେ| କିନ୍ତୁ କାହିଁକି, ମୋ ପୁଅ? କାହିଁକି?”

ପ୍ରତାପ ଅଳ୍ପ ଦୁଃଖ  କଲେ, ମାତ୍ର ସେ ଆନନ୍ଦ ଅନୁଭବ କଲେ । ତାଙ୍କର ଯୋଜନା କାର୍ଯ୍ୟକାରୀ ହୋଇଗଲା| ସେ ପିତାଙ୍କ ଅର୍ଥରୁ ନିଜର ଅଂଶ ପ୍ରାପ୍ତ କରିବେ ଯାହାଦ୍ୱାରା ସେ ତାଙ୍କର ଇଚ୍ଛାରେ ଜୀବନ ବିତାଇେବ|

ଅବାଧ୍ୟ ଜୀବନ

ପ୍ରତାପ ବଡ଼ ସହରକୁ ଚାଲିଗଲେ । ବହୁ ଟଙ୍କାର ଘର ଭଡ଼ା ନେଇ ନୂଆ ସାଙ୍ଗ ସାଥି କରିବା ଆରମ୍ଭ କଲେ ଖୁବ୍ ଶୀଘ୍ର ସେ ପାର୍ଟି କରିବାରେ ଲାଗିପଡିଲେ ଯେ ଯାହା ଧନୀ ଓ କୀର୍ତ୍ତିମାନ ଅର୍ଜନ କରିଥିବା ଲୋକମାନଙ୍କୁ ଆକର୍ଷଣ କରୁଥିଲେ| ସେ କାର୍ କିଣି ସୁନ୍ଦର ସ୍ତ୍ରୀମାନଙ୍କ ସହିତ କୁସମ୍ପର୍କ ରଖି ଦାମୀ ରେଷ୍ଟୁରାଣ୍ଟରେ ଖାଇଲେ । ସେ ସବୁକିଛି ନିଜ ଇଚ୍ଛାରେ କଲେ ।

କିନ୍ତୁ ଦିନେ ପ୍ରତାପଙ୍କ ଟଙ୍କା ଶେଷ ହୋଇଗଲା । ଏଥିରେ ଲଜ୍ଜିତ ହୋଇ ସେ ତାଙ୍କର ନୂତନ ବନ୍ଧୁଙ୍କୁ ଫୋନ କରି କିଛି ଟଙ୍କା ଧାର ମାଗିଲେ, କିନ୍ତୁ ସେମାନେ ହଠାତ୍ ଫୋନ କଲ୍‌ର ଉତ୍ତର ଦେବା ବନ୍ଦ କରିଦେଲେ । ସେ ତାଙ୍କ ବିଲ୍‌ ପୈଠ କରି ପାରିଲେ ନାହିଁ । ଶେଷରେ ଘର ମାଲିକ ତାଙ୍କୁ ଘରୁ ତଡ଼ି ଦେଲେ । ତାଙ୍କ ପାଖରେ ଟଙ୍କା ନାହିଁ ଆଉ ସାଙ୍ଗମାନେ ନାହିଁ, ସେ କୁଆଡେ ଯାଇପାରିବ?

ପ୍ରତାପ ଦ୍ୱନ୍ଦ୍ୱରେ ନିରାଶ ହୋଇ ସହରରେ ବୁଲୁଥିଲେ । ଯେତେବେଳେ ସୂର୍ଯ୍ୟ ଅସ୍ତ ହେବାକୁ ଲାଗିଲା, ସେ ଭୟ କଲେ । ସେ କେଉଁଠି ଶୋଇବେ? ସେ କ’ଣ ଖାଇବେ? ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ପ୍ରତାପ  ରାସ୍ତାକଡ଼ରେ  ଶୋଇଲେ, ତାଙ୍କର ପେଟ ଭୋକରେ ଜଳୁଥିଲା ।

ଅନୁତାପର ସମ୍ମୁଖୀନ

ପରବର୍ତ୍ତୀ କିଛି ଦିନ ପାଇଁ ପ୍ରତାପ ସହରରେ ଚାକିରି ପାଇବାକୁ ଚେଷ୍ଟା କଲେ । ସେ ରାସ୍ତାରେ ଶୋଇବା ଯୋଗୁଁ ଜୀର୍ଣ୍ଣଛିନ୍ନ ଦେଖାଯାଉଥିଲେ, ତେଣୁ ତାଙ୍କୁ ଏକ ପରିତ୍ୟକ୍ତ ରେଷ୍ଟୁରାଣ୍ଟ ମ୍ୟାନେଜର ବ୍ୟତୀତ ଅନ୍ୟ କେହି ଚାକିରି ଦେଲେ ନାହିଁ | ଗ୍ରାହକମାନଙ୍କୁ ଖାଦ୍ୟ ପରଷି ଏବଂ ଟେବୁଲ୍ ପୋଛି ପ୍ରତାପ ଘଣ୍ଟା ଘଣ୍ଟା କାମ କଲେ । ସେ ବହୁତ ଭୋକ ଯୋଗୁଁ କ୍ଳାନ୍ତ ଅନୁଭବ କରୁଥିଲେ । ସେ ଭାବିଲା, କେମିତି ସମ୍ଭବ ଯେ, ସେ ଜଣେ ଧନୀର ପୁଅ, ସେ ଖାଦ୍ୟ ପରିବେଷଣ କରୁଥିବ! ଯେତେବେଳେ ଶେଷ ଗ୍ରାହକ ରେଷ୍ଟୁରାଣ୍ଟରୁ ବାହାରିଗଲେ, ସେ ରୋଷେଇ ଘର ଭିତରକୁ ଯାଇ ବାସନ ଧୋଇବାରେ ସାହାଯ୍ୟ କଲେ । ସେ ଆବର୍ଜନା ନିକଟରେ ଏକ ଥାଳି ଦେଖିଲେ, ଯେଉଁଥିରେ  ଖଣ୍ଡେ ଅଇଁଠା ରୁଟି ଥିଲା| ତାଙ୍କୁ ଏତେ ଭୋକ ଲାଗୁଥିଲା ଯେ ସେ ଏହାକୁ ପାଟି ପାଖକୁ ନେଲେ ।

ମୋର କ’ଣ ଭୁଲ ହୋଇଛି? ସେ ନିଜକୁ ଗାଳି ଦେଲେ| ମୋ ବାପାଙ୍କ ଘରେ ଥିବା ମୁଲିଆମାନଙ୍କର ଖାଦ୍ୟ ଯଥେଷ୍ଟ ବଳକା ହେଇଛି । ଆଉ ମୁଁ  ଏଠି, ଏହି ଛାଡିଥିବା ଅଳିଆ ଖାଦ୍ୟ ଦ୍ୱାରା ପ୍ରଲୋଭିତ ହେଉଛି!

ସେହି ବାସନ ରଖିବା ଥାକ ଆଡକୁ ଚାହିଁ ସେ ବେଶୀ ସମୟ ଚିନ୍ତା କଲେ ।

ମୁଁ ଜାଣେ ମୁଁ କଣ କରିବି, ସେ ଭାବିଲେ । ମୁଁ ମୋର ପିତାଙ୍କ ନିକଟକୁ ଫେରିଯିବି ଏବଂ କହିବି, “ପିତା, ମୁଁ ଆପଣଙ୍କ ବିରୁଦ୍ଧରେ ଏବଂ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଛି। ମୁଁ ଆଉ ଆପଣଙ୍କ ପୁଅ ହେବାକୁ ଯୋଗ୍ୟ ନୁହେଁ| ଦୟାକରି ଆପଣଙ୍କ ନିଯୁକ୍ତ ମୂଲିଆମାନଙ୍କ ମଧ୍ୟରୁ ମୋତେ ଆପଣ ଜଣେ ମୂଲିଆ ପରି ରଖନ୍ତୁ|”

ଗୋଟିଏ ଥାଳି ବି ନଧୋଇ ପ୍ରତାପ ରେଷ୍ଟୁରାଣ୍ଟ ଛାଡି ଘର ଆଡ଼କୁ ଯାତ୍ରା ଆରମ୍ଭ କଲେ ।

ଘରକୁ ଫେରିବା

ସେ ଘରକୁ ଯିବାବେଳେ ପ୍ରତାପ ଅନେକ ବିଷୟରେ ଚିନ୍ତା କରି ଥିଲା| ତାଙ୍କୁ ଦେଖି ତାଙ୍କ ବାପାଙ୍କ ପ୍ରତିକ୍ରିୟା କ’ଣ ହେବ? ସେ ପହଞ୍ଚିବା ପରେ ସେ କ’ଣ କହିବେ, ସେ ମନେ ମନେ ଭାବୁଥିଲେ, କିନ୍ତୁ ତାହା ତାଙ୍କୁ ଭଲ ଲାଗୁନଥିଲା। ଶେଷରେ, ଏକ ଦୀର୍ଘ ଦିନ ପରେ, ସେ ଦୂରରୁ ତାଙ୍କ ପିତାଙ୍କ ଘର ଦେଖିପାରିଲେ । ସେ ଧୀରେ ଧୀରେ ରାସ୍ତାରେ ଗଲେ ।

ହଠାତ୍ ସେ ଏକ ଚିତ୍କାର ଶୁଣିଲେ । ତାଙ୍କ ବାପା, ଯିଏ ସାଧାରଣତଃ ବହୁତ ଶାନ୍ତ ଓ ଗମ୍ଭୀର, ସେ ଘରୁ ବାହାରକୁ ଦୌଡି ଆସିଲେ । ସେ ପ୍ରତାପଙ୍କ ପାଖକୁ ଆସି ତାଙ୍କୁ ଜୋରରେ ଆଲିଙ୍ଗନ କଲେ । ପ୍ରତାପ ଅନୁଭବ କଲେ ଯେ ତାଙ୍କ ହୃଦୟ ଭାଙ୍ଗିଗଲା ।

ସେ କାନ୍ଦି କାନ୍ଦି କହିଲେ, “ବାପା, ଈଶ୍ଵରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି । ମୁଁ ଆଉ ଆପଣଙ୍କ ପୁଅ ହେବାକୁ ଯୋଗ୍ୟ ନୁହେଁ. . . .”

ବାପା ଗୋଟିଏ ଶବ୍ଦ ଶୁଣି ନଥିବା ପରି ଦେଖାଗଲା । ତାଙ୍କ ଚକ୍ଷୁରୁ ଲୁହ ଝରୁଥିଲା। ଘରର ମୂଲିଆମାନେ ପାଟି ଶୁଣି ଦୌଡି ଆସିଲେ ।

“ଶୀଘ୍ର!” ପିତା ସେମାନଙ୍କୁ ଆଦେଶ ଦେଲେ । “ତା’ର ରୁମ୍ ପ୍ରସ୍ତୁତ କର! ତାଙ୍କ ପାଇଁ ଉତ୍ତମ ପୋଷାକ ପ୍ରସ୍ତୁତ କର! ଭୋଜି ପ୍ରସ୍ତୁତ କର, କାରଣ ଆମର ଏକ ଉତ୍ସବ ହେବ! ଏ ମୋର ପୁତ୍ର-ସେ ମରିଯାଇଥିଲା ପୁଣି ବଞ୍ଚିଲା; ସେ ହଜି ଯାଇଥିଲା ପୁଣି ବର୍ତ୍ତମାନ ତାକୁ ପାଇଲୁ!”

କ୍ଷମା ପାଇବା

ଆମେ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କଠାରୁ କିପରି କ୍ଷମା ପାଇପାରିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ତାହା ବର୍ଣ୍ଣିତ ଏକ ଦୃଷ୍ଟାନ୍ତ ଉପରେ ଏହି କାହାଣୀ ଆଧାରିତ । ଯେତେବେଳେ ଆମେ ଜୀବନରେ ଭୁଲ୍ କରିଥାଉ—ଏପରିକି ବହୁତ ବଡ ଭୁଲ ମଧ୍ୟ—ପ୍ରତାପ ତାଙ୍କ ପିତାଙ୍କ ନିକଟକୁ ଯେପରି ଫେରିଲେ ସେପରି ଆମେ ପରମେଶ୍ୱରଙ୍କ ନିକଟକୁ ଫେରିପାରିବା| ଆମକୁ ଜଟିଳ ରୀତିନୀତି କିମ୍ବା ବଳି ଉତ୍ସର୍ଗ କରିବାକୁ ପଡିବ ନାହିଁ । ପରମେଶ୍ୱର ଆମକୁ ପ୍ରସାରିତ ବାହୁରେ ଅପେକ୍ଷା କରିଛନ୍ତି । ଯାହାକୁ ସେ ଅଧିକ ଗୁରୁତ୍ୱ ଦିଅନ୍ତି ତାହା ହେଉଛି ହୃଦୟର ପରିବର୍ତ୍ତନ । ଆମେ ବିନମ୍ର ଭାବରେ ଆମର ପାପ ସ୍ୱୀକାର, ପ୍ରକୃତ ଅନୁତାପ କରି କ୍ଷମା ମାଗିବା ଆବଶ୍ୟକ । ଈଶ୍ୱରଙ୍କ କ୍ଷମା କରିବାର ଐଶ୍ୱରୀୟ ଆଶ୍ଚର୍ଯ୍ୟକର୍ମକୁ ଆପଣ ଅନୁଭବ କରିବାକୁ ଚାହାଁନ୍ତି କି? ଆପଣ କରିଥିବା ସମସ୍ତ ଭୁଲ୍‌ରୁ ଆପଣ ଆଜି, ବର୍ତ୍ତମାନ, ଏହିକ୍ଷଣି ପରିଷ୍କାର ହୋଇପାରିବେ । ଆପଣ ଏହିପରି ପ୍ରାର୍ଥନା କରିପାରିବେ:

ହେ ମୋର ଈଶ୍ୱର, ମୁଁ ମୋର ପାପ ପାଇଁ ଗଭୀର ଭାବେ ଦୁଃଖିତ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହାନ ବଳିଦାନ ହେତୁ ଦୟାକରି ମୋତେ କ୍ଷମା କର ଏବଂ ସମସ୍ତ ଅଶୁଦ୍ଧତାରୁ ମୋତେ ପରିଷ୍କାର କର|” ମୋ ଅନ୍ତଃକରଣ ମଧ୍ୟରେ ଏକ ନୂତନ ବ୍ୟକ୍ତିରେ ପରିଣତ କର । ଆମେନ୍|

ଯଦି ଆପଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି, ଦୟାକରି ଏହି ପତ୍ରିକାର ପରପୃଷ୍ଠାରେ ଦିଆଯାଇଥିବା ସୂଚନାକ୍ରମେ ଆମ ସହିତ ଯୋଗାଯୋଗ କରନ୍ତୁ|

Copyright © 2023 by Sharing Hope Publications. ବିନା ଅନୁମତିରେ ଅଣ-ବ୍ୟବସାୟିକ ଉଦ୍ଦେଶ୍ୟରେ କାର୍ଯ୍ୟ ମୁଦ୍ରଣ ଏବଂ ଅଂଶୀଦାର କରାଯାଇପାରିବ।

ଆମର ସମ୍ବାଦ ଚିଠି ପାଇଁ ସାଇନ୍ ଅପ୍ କରନ୍ତୁ।

ଯେବେ ନୂତନ ପ୍ରକାଶନଗୁଡ଼ିକ ଉପଲବ୍ଧ ହୁଏ, ପ୍ରଥମେ ଜାଣନ୍ତୁ!

newsletter-cover