
ପରମେଶ୍ୱରଙ୍କ ବିଶେଷ ଲୋକ
ସାରାଂଶ
ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ଆଗାମୀ ଯୁଗରେ କିପରି ଏକ ସିଦ୍ଧ ପୃଥିବୀକୁ ପୁନଃନିର୍ମାଣ କରିବେ ସେ ବିଷୟରେ କହିଥିଲେ। ସେଠାରେ ତାଙ୍କର ସ୍ୱତନ୍ତ୍ର ଲୋକ ସବୁଦିନ ପାଇଁ ବାସ କରିବେ। ଏହି ସ୍ୱତନ୍ତ୍ର ଲୋକମାନେ କିଏ? ବାଇବଲ ସେମାନଙ୍କୁ "ଅବଶିଷ୍ଟାଂଶ" ବୋଲି କହିଥାଏ। ଏହି ପୁସ୍ତିକାରେ ଅବଶିଷ୍ଟାଂଶ ବିଷୟରେ ଏକ ସଂକ୍ଷିପ୍ତ ବର୍ଣ୍ଣନା ଦିଆଯାଇଛି ଏବଂ ଆମକୁ ଏହା କହିଥାଏ ଯେ କେଉଁ ଘଟଣା ସେମାନେ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି?
ଟାଇପ୍ କରନ୍ତୁ
Tract
ପ୍ରକାଶକ
Sharing Hope Publications
ଉପଲବ୍ଧରେ
12 ଭାଷାଗୁଡିକ
ପୃଷ୍ଠାଗୁଡ଼ିକ
6
ଏହି କାହାଣୀ ଜଣେ ଲୋକଙ୍କ ବିଷୟରେ କୁହାଯାଇଛି, ଯିଏ ଏକ ଦୀର୍ଘ ଯାତ୍ରା କରିବା ପୂର୍ବରୁ ନିଜ ସେବକମାନଙ୍କୁ ଏକତ୍ର କଲେ । ସେବକମାନଙ୍କର ସାମର୍ଥ୍ୟ ଅନୁଯାୟୀ ଜଣେ ସେବକକୁ ସେ ଏକ ବଡ଼ ଟଙ୍କା ବ୍ୟାଗ; ଦ୍ୱିତୀୟ ସେବକକୁ ଏକ ମଧ୍ୟମ ଆକାରର ଟଙ୍କା ବ୍ୟାଗ; ଏବଂ ତୃତୀୟ ସେବକକୁ ଅଳ୍ପ ଟଙ୍କା ଥିବା ଏକ ଛୋଟ ବ୍ୟାଗ ଦେଲେ । ସେ ସେମାନଙ୍କୁ କହିଲେ ଯେ ସେ ଯିବା ପରେ ସେମାନେ ତାଙ୍କ ସମ୍ପତ୍ତିର ଯତ୍ନ ନେବାକୁ ପଡିବ । ତା’ପରେ ସେ ଚାଲିଗଲେ ।
ପ୍ରଥମ ସେବକ ତାଙ୍କ ଟଙ୍କା ନେଇ ବ୍ୟବସାୟ ଆରମ୍ଭ କଲେ। ସେହିଭଳି ଦ୍ୱିତୀୟ ସେବକ ବ୍ୟବସାୟ କରିବା ପାଇଁ ତାଙ୍କ ଟଙ୍କା ବ୍ୟବହାର କଲେ। ସେମାନେ କଠିନ ପରିଶ୍ରମ କରି ଖୁବ୍ ଶୀଘ୍ର ଦୁହେଁ ସେମାନଙ୍କୁ ଦିଆଯାଇଥିବା ଟଙ୍କାକୁ ଦ୍ୱିଗୁଣିତ କଲେ ।
କିନ୍ତୁ ଟଙ୍କାର ଛୋଟ ବ୍ୟାଗ୍ ଥିବା ତୃତୀୟ ସେବକ ଅଲଗା ପ୍ରକାରର ଥିଲେ। ସେ ଭୂମିରେ ଏକ ଗାତ ଖୋଳି ସୁରକ୍ଷା ପାଇଁ ଟଙ୍କା ପୋତି ଦେଲେ—ତା’ପରେ ମାଲିକ ଦୂରରେ ଥିବା ସମୟରେ ସେ କାମ ନକରି ଆରାମରେ ଅନେକ ବର୍ଷ ଉପଭୋଗ କଲେ ।
ଶେଷରେ, ମାଲିକ ଫେରି ଆସିଲେ। ପ୍ରଥମ ଦୁଇ ସେବକ ତାଙ୍କୁ ଦେଖାଇଲେ ଯେ ସେମାନେ କିପରି କଠିନ ପରିଶ୍ରମ କରି ତାଙ୍କ ସମ୍ପତ୍ତିକୁ ଦ୍ୱିଗୁଣିତ କଲେ । ସେ କହିଲେ, “ଭଲ କରିଛ! ତୁମେ ଉତ୍ତମ ଓ ବିଶ୍ୱସ୍ତ ସେବକ| ତୁମେ ଛୋଟ ବିଷୟରେ ନିଜକୁ ପ୍ରମାଣିତ କରିଛ, ପୁଣି ମୁଁ ବର୍ତ୍ତମାନ ତୁମକୁ ବଡ଼ ବିଷୟ ବୁଝିବାକୁ ଦେବି|” ତା’ପରେ ସେ ସେମାନଙ୍କୁ ଏକ ପୁରସ୍କାର ଦେଲେ|
ତୃତୀୟ ସେବକ କ୍ରନ୍ଦନ କରି ଲଜ୍ଜିତ ହୋଇ ଆଗକୁ ଆସିଲେ। ସେ କହିଲେ, “ମାଲିକ, ମୁଁ ଜାଣିଥିଲି ଆପଣ ଗଛ ନଲଗାଇ ଫଳ ତୋଳୁଥିବା ଏବଂ ବିହନ ନ ବୁଣି ଅମଳ କରୁଥିବା ଜଣେ କଠୋର ଲୋକ| ମୁଁ ଭୟ କଲି, ତେଣୁ ମୁଁ ଯାଇ ଆପଣଙ୍କ ଟଙ୍କାକୁ ଭୂମିରେ ଲୁଚାଇ ରଖିଲି| ଆପଣ ଯାହା ଦେଇଥିଲେ ଏଠାରେ ଅଛି, ସେଥିରେ କିଛି କମ ନାହିଁ |” କିନ୍ତୁ ମାଲିକ କ୍ରୋଧିତ ହେଲେ କାରଣ ସେ ଜାଣିଥିଲେ ଯେ ସେ ଦୂରରେ ଥିବା ସମୟରେ ଅଳସୁଆ ସେବକଟି କିଛି କରିନାହିଁ| ସେ ତାଙ୍କର ଟଙ୍କା ନେଇ, ବିଶ୍ୱସ୍ତ ଭାବରେ କାର୍ଯ୍ୟ କରିଥିବା ସେବକକୁ ଦେଲେ ଏବଂ ଅବିଶ୍ୱାସୀ ସେବକକୁ ଦଣ୍ଡଦେବା ସ୍ଥାନରେ ରଖିଲେ|
ଏକ ସିଦ୍ଧ ରାଜ୍ୟ
ଏହି କାହାଣୀଟି ମହାନ ଗୁରୁ ତଥା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା କୁହାଯାଇଥିଲା| ତାଙ୍କ ପୁସ୍ତକ ବାଇବଲ ଆମକୁ କହେ ଯେ ସେ ଦିନେ ମେଘମାଳାରେ ବସି ଫେରି ଆସିବେ ଏବଂ ତାଙ୍କର ବିଶେଷ ଲୋକ, ତାଙ୍କର ବିଶ୍ୱସ୍ତ ସେବକମାନଙ୍କୁ ଏକ ବଡ଼ ପୁରସ୍କାର ଦେବେ| କିନ୍ତୁ ଯେଉଁମାନେ ତାଙ୍କ ଆଗମନ ପାଇଁ ପ୍ରସ୍ତୁତ ନୁହଁନ୍ତି ସେମାନେ ବହୁତ ନିରାଶ ହେବେ|
ପରମେଶ୍ୱରଙ୍କ ବିଶ୍ୱସ୍ତ ସେବକମାନଙ୍କ ପାଇଁ ଏହି ଅଦ୍ଭୁତ ପୁରସ୍କାର କ’ଣ ଅଟେ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ “ଈଶ୍ୱରଙ୍କ ରାଜ୍ୟ” ନାମକ ଏକ ସ୍ଥାନକୁ ନେବାକୁ ପ୍ରତିଜ୍ଞା କରିଥିଲେ| ଏହି ରାଜ୍ୟ ହେଉଛି ସୃଷ୍ଟିକର୍ତ୍ତା ଈଶ୍ୱର ବାସ କରୁଥିବା ସ୍ଥାନ| ଏହା ଏକ ସିଦ୍ଧ ସ୍ଥାନ ଯେଉଁଠାରେ ସମସ୍ତେ ସମ୍ପୂର୍ଣ୍ଣ ଭାବରେ ଆନନ୍ଦରେ ରହନ୍ତି, ଯେଉଁଠାରେ ଈଶ୍ୱର ମନୁଷ୍ୟମାନଙ୍କ ସଙ୍ଗରେ ବାସ କରନ୍ତି| ଏହି ରାଜ୍ୟର ଲୋକମାନେ ପରମେଶ୍ୱରଙ୍କ ନିୟମରେ ଏବଂ ପରସ୍ପର ସହିତ ମିଳିମିଶି ବାସ କରନ୍ତି। ସେଠାରେ କୌଣସି ଦୁଃଖ, ଯନ୍ତ୍ରଣା କିମ୍ବା ମୃତ୍ୟୁ ନାହିଁ । ଏହି ଚମତ୍କାର ରାଜ୍ୟ କଦାପି ଶେଷ ହେବ ନାହିଁ! କିନ୍ତୁ କେବଳ ବିଶ୍ୱସ୍ତ ଓ ଆଜ୍ଞାପାଳନକାରୀମାନେ ଏହି ସ୍ଥାନ ପାଇବେ| ଯେଉଁମାନେ ପରମେଶ୍ୱରଙ୍କୁ ପରିତ୍ୟାଗ କରି କିମ୍ବା ତାଙ୍କ ସେବା କରିବାରେ ଅଳସୁଆ ଏବଂ ଯତ୍ନବାନ ନୁହଁନ୍ତି, ସେମାନେ ତାଙ୍କ ରାଜ୍ୟରେ ପ୍ରବେଶ କରିବେ ନାହିଁ|
ପରମେଶ୍ୱରଙ୍କ ରାଜ୍ୟକୁ ଟଙ୍କା ଦେଇ ଯିବା ସମ୍ଭବ ନୁହେଁ। ଜୀବନକାଳରେ ଅନେକ ଉତ୍ତମ କର୍ମ କରିଥିବା ଅପେକ୍ଷା ଏହା ଅଧିକ ମହଙ୍ଗା ହେବ। ଏହା ପରିବର୍ତ୍ତେ, ସୃଷ୍ଟିକର୍ତ୍ତା ଈଶ୍ୱର ଆମକୁ ଏକ ମାଗଣା ଉପହାର ଭାବରେ ପ୍ରବେଶ ପ୍ରଦାନ କରନ୍ତି| ଜାତି, ସାମାଜିକ ସ୍ଥିତି କିମ୍ବା ଅତୀତର ଇତିହାସ ନିର୍ବିଶେଷରେ ଯେକେହି ହେଉନା ପରମେଶ୍ୱରଙ୍କ ରାଜ୍ୟକୁ ଯାଇପାରିବେ। କିନ୍ତୁ ଯଦିଓ ଆମେ ଭଲ କର୍ମ ଦ୍ୱାରା ଏହି ରାଜ୍ୟରେ ପ୍ରବେଶ କରିବା ଅଧିକାର ପାଇପାରିବୁ ନାହିଁ, ତଥାପି ଆମର କର୍ମ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେଉଁମାନେ ଏପରି ଏକ ସିଦ୍ଧ, ସୁସଂଗତ ସ୍ଥାନରେ ଆନନ୍ଦିତ ହେବେ ଆମେ ସେହି ପ୍ରକାରର ଲୋକ ନା ନୁହେଁ ତାହା ଜାଣିବା ପାଇଁ ପରମେଶ୍ୱର ଆମର କର୍ମକୁ ଦେଖନ୍ତି|
ବାଇବଲ ଏକ ବିଶେଷ ଗୋଷ୍ଠୀର ବର୍ଣ୍ଣନା କରେ ଯେଉଁମାନେ ପ୍ରଥମ ଦୁଇ ସେବକଙ୍କ ପରି ଅଟନ୍ତି—ସେମାନେ ସମସ୍ତ କାର୍ଯ୍ୟରେ ବିଶ୍ୱସ୍ତ ଅଟନ୍ତି| “ଅବଶିଷ୍ଟ ଲୋକମାନେ” କୁହାଯାଉଥିବା ଏହି ବିଶେଷ ବ୍ୟକ୍ତିମାନେ ହେଉଛନ୍ତି ବିର ପ୍ରତ୍ୟେକ ଦେଶରେ ପରମେଶ୍ୱରଙ୍କୁ ମାନୁଥିବା ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ଉତ୍କଣ୍ଠିତ ଭାବରେ ବାଟ ଚାହିଁ ବସିଥିବା ଲୋକ|
“ଅବଶିଷ୍ଟ” ଲୋକମାନଙ୍କ ସହ ଯୋଗଦେବା
ଆମେ କିପରି ସେମାନଙ୍କର ଅଂଶ ହୋଇପାରିବା ଯେଉଁମାନେ ପରମେଶ୍ୱରଙ୍କ ବିଶେଷ ଲୋକ, ଏହି ବିଶ୍ୱସ୍ତ ସେବକମାନଙ୍କ ଗୋଷ୍ଠୀ ଯେଉଁମାନେ ଦିନେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ? ପ୍ରଭୁ ଯୀଶୁ ଆମକୁ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହେବାକୁ ଶିଖାଇଛନ୍ତି| କିନ୍ତୁ ସେ ଜଟିଳ ନିୟମର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିନାହାଁନ୍ତି । ସେ କହିଛନ୍ତି ଯେ ଆମେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କରିବା ଆବଶ୍ୟକ । ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର (ଦେଖନ୍ତୁ ବାଇବଲ, ମାଥିଉ ୨୨:୩୭-୪୦)| ଏହା ସରଳ ଲାଗେ, କିନ୍ତୁ ଆମେ ଅଧିକାଂଶ ସମୟରେ ପ୍ରେମ କରୁ ନଥବା ବ୍ୟକ୍ତିକୁ ପ୍ରେମ କରିବା ସହଜ ନୁହେଁ । ତଥାପି ପ୍ରଭୁ ଯୀଶୁ କହିଛନ୍ତି ଯେ ଆମେ ଆମର ଶତ୍ରୁମାନଙ୍କୁ ମଧ୍ୟ ପ୍ରେମ କରିବା ଉଚିତ୍। (ଦେଖନ୍ତୁ, ମାଥି ଉ ୫:୪୪)|” ଏହା କେବଳ ସମ୍ଭବ ହୁଏ ଯେ, କାରଣ ପରମେଶ୍ୱର ରହସ୍ୟମୟ ଭାବରେ ଆମ ହୃଦୟକୁ ପରିବର୍ତ୍ତନ କରି ଆମକୁ ଅଲୌକିକ ପ୍ରେମ ଏବଂ ଉତ୍ତମତା ପ୍ରଦାନ କରନ୍ତି| ପରମେଶ୍ୱରଙ୍କ ପ୍ରତି ପ୍ରେମ ଏବଂ ଅନ୍ୟମାନଙ୍କ ପ୍ରତି ପ୍ରେମ କରିବା ଏକ ଜୀବନ ହେଉଛି ଆମେ ପ୍ରଭୁ ଯୀଶୁଙ୍କ ବିଶ୍ୱସ୍ତ ସେବକ ବୋଲି ପ୍ରମାଣ|
ଈଶ୍ୱରଙ୍କ ରାଜ୍ୟରେ ଅନନ୍ତ ଜୀବନ!
ଠିକ୍ ପ୍ରଥମ ଦୁଇ ସେବକଙ୍କ ପରି, ଈଶ୍ୱରଙ୍କ ପ୍ରକୃତ ଅନୁଗାମୀମାନେ ଧୈର୍ଯ୍ୟବାନ ଓ ବିଶ୍ୱସ୍ତ ହେବା ଆବଶ୍ୟକ। ଯେତେବେଳେ ଆମର ମାଲିକ ଯୀଶୁ ଫେରି ଆସିବେ, ଆମର ନିଷ୍ଠା ଏବଂ ବିଶ୍ୱସ୍ତତା ପାଇଁ ପୁରସ୍କାର ହେଉଛି ଅନନ୍ତକାଳ ପାଇଁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ|
“ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି ସେହି ରାଜ୍ୟ ସେମାନଙ୍କ ପାଇଁ ଅଟେ|” (ଦେଖନ୍ତୁ ପ୍ରକାଶିତ ବାକ୍ୟ ୧୪:୧୨)|
ଯେଉଁମାନେ ଈଶ୍ୱରଙ୍କ ରାଜ୍ୟରେ ସବୁଦିନ ପାଇଁ ବାସ କରିବେ ଯଦି ଆପଣ ସେହିମାନଙ୍କ ସହିତ ଯୋଗଦେବାକୁ ଚାହାଁନ୍ତି, ତେବେ ଆପଣ ଏହିପରି ଏକ ପ୍ରାର୍ଥନା କରିପାରିବେ:
ହେ ପ୍ରଭୁ, ମୁଁ ଆପଣଙ୍କ ରାଜ୍ୟରେ ଆପଣଙ୍କ ସହିତ ରହିବାକୁ ଚାହେଁ| ଆପଣ ଫେରିବା ପର୍ଯ୍ୟନ୍ତ ମୋତେ ବିଶ୍ୱସ୍ତ ରହିବାରେ ସାହାଯ୍ୟ କରନ୍ତୁ| ମୋତେ ଏକ ଉତ୍ତମ ସ୍ଥାନକୁ ନେବାରେ ଆପଣଙ୍କ ପ୍ରତିଜ୍ଞା ପାଇଁ ଧନ୍ୟବାଦ! ଆମେନ୍|
ଯଦି ଆପଣ ପ୍ରଭୁ ଯୀଶୁଙ୍କ ପୁସ୍ତକ ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି, ଦୟାକରି ଏହି ପତ୍ରିକାର ପଛପଟେ ଥିବା ସୂଚନାରେ ଆମ ସହିତ ଯୋଗାଯୋଗ କରନ୍ତୁ|
Copyright © 2023 by Sharing Hope Publications. ବିନା ଅନୁମତିରେ ଅଣ-ବ୍ୟବସାୟିକ ଉଦ୍ଦେଶ୍ୟରେ କାର୍ଯ୍ୟ ମୁଦ୍ରଣ ଏବଂ ଅଂଶୀଦାର କରାଯାଇପାରିବ।ଶାସ୍ତ୍ର ଓଡ଼ିଆ-ସଂସ୍କରଣ (ପୁନଃ-ସମ୍ପାଦିତ) ରୁ ନିଆଯାଇଛି - ପବିତ୍ର ବାଇବଲ (ପୁନଃ-ସମ୍ପାଦିତ)। ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶନ © ୨୦୧୪ । ଅନୁମତି ଦ୍ୱାରା ବ୍ୟବହୃତ। ସମସ୍ତ ଅଧିକାର ବିଶ୍ୱବ୍ୟାପୀ ସଂରକ୍ଷିତ|
ଆମର ସମ୍ବାଦ ଚିଠି ପାଇଁ ସାଇନ୍ ଅପ୍ କରନ୍ତୁ।
ଯେବେ ନୂତନ ପ୍ରକାଶନଗୁଡ଼ିକ ଉପଲବ୍ଧ ହୁଏ, ପ୍ରଥମେ ଜାଣନ୍ତୁ!

ଆପଣଙ୍କ ଦର୍ଶକମାନଙ୍କୁ ଖୋଜନ୍ତୁ
ବୈଶିଷ୍ଟ୍ୟ ପ୍ରକାଶନ
© 2024 Sharing Hope Publications