ମନ୍ଦ ଆତ୍ମାଠାରୁ ସୁରକ୍ଷା

ମନ୍ଦ ଆତ୍ମାଠାରୁ ସୁରକ୍ଷା

ସାରାଂଶ

ମନ୍ଦ ଆତ୍ମା ଶକ୍ତିଶାଳୀ, କିନ୍ତୁ ଯୀଶୁଖ୍ରୀଷ୍ଟ ବା ମଶୀହଙ୍କ ପରି ଶକ୍ତିଶାଳୀ ନୁହଁନ୍ତି। ଏହି ପୁସ୍ତିକାରେ ବର୍ଣ୍ଣନା କରାଯାଇଛି ଯେ ଭୂତଗ୍ରସ୍ତ ହୋଇ ଯନ୍ତ୍ରଣା ଭୋଗୁଥିବା ଲୋକମାନଙ୍କ ମଧ୍ୟରୁ ଯୀଶୁ କିପରି ଭୁତମାନଙ୍କୁ ବାହାର କରି ସେମାନଙ୍କୁ ସୁସ୍ଥତା ପାଇବାରେ ସାହାଯ୍ୟ କରିଥିଲେ। ଆଜି ସେ ଆମ ପାଇଁ ଠିକ ସେପରି କରିପାରିବେ। ଭୂତର ବାରମ୍ବାର ଆକ୍ରମଣ ଓ ଅତ୍ୟାଚାରରୁ ମୁକ୍ତ ହେବା ପାଇଁ ଯାହା ଜାଣିବା ଦରକାର, ତାହା ସବୁକିଛି ତାଙ୍କ ପୁସ୍ତକ ଆମକୁ ଶିକ୍ଷା ଦେଇଥାଏ। ଏହା ମଧ୍ୟ ଆମକୁ ଶିକ୍ଷା ଦିଏ ସେ ଫେରିବା ପୂର୍ବରୁ ଆମେ କିପରି ଭୁତ ପ୍ରବଞ୍ଚକମାନଙ୍କ ଦ୍ୱାରା ପ୍ରତାରିତ ଠାରୁ ରକ୍ଷା କରିପାରିବା।

ଅଶୁଚି ଆତ୍ମା ସବୁଆଡେ ଅଛନ୍ତି । ଆପଣ ସେମାନଙ୍କୁ ଭୂତ, ପ୍ରେତ, ରାକ୍ଷସ କିମ୍ବା ଜିନ୍ ବୋଲି ଡାକନ୍ତୁ ନା କାହିଁକି, ସେମାନେ ଭୟଭୀତ ହୋଇପାରନ୍ତି । ଫାକୀର, ଗୁଣିଆ ଏବଂ ଚମତ୍କାରୀ ଏଗୁଡ଼ିକ ଲୋକପ୍ରିୟ ଅଟନ୍ତି, କିନ୍ତୁ ସେମାନେ ପ୍ରକୃତରେ ଆମକୁ ସୁରକ୍ଷା ଦେଇ ପାରିବେ କି?

ମନ୍ଦ ଆତ୍ମାମାନଙ୍କଠାରୁ ସୁରକ୍ଷା ପାଇବା ପାଇଁ ମୁଁ ଆପଣଙ୍କ ସହ ତିନୋଟି ସରଳ ଉପାୟ ଦେବାକୁ ଚାହେଁ, ଯାହା ଦ୍ୱାରା ଆପଣଙ୍କୁ ଭୟ କରିବାକୁ ପଡିବ ନାହିଁ । 

ମନ୍ଦ ଆତ୍ମାଙ୍କଠାରୁ ସୁରକ୍ଷା

ଲୋକଟି ଉଲଗ୍ନ ହୋଇ ଚିତ୍କାର କରୁଥିଲା । ସେ ଅନେକ ଭୁତପ୍ରେତ ଦ୍ୱାରା କବଳିତ ହୋଇପଡ଼ିଥିଲେ, କେହି ତାଙ୍କୁ ସାହାଯ୍ୟ କରି ପାରିଲେ ନାହିଁ । ଗାଁ ଲୋକମାନେ ତାଙ୍କୁ ଶିକୁଳିରେ ବାନ୍ଧିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଅଶୁଚି ଆତ୍ମାବିଷ୍ଟ ଶକ୍ତିରେ ସେସବୁକୁ ଛିଣ୍ତାଇ ସମାଧି-ସ୍ଥାନଗୁଡିକ ମଧ୍ୟରେ ରହିବାକୁ ଦଉଡି ପଳାଇଲେ । ସେ ଚିତ୍କାର କରି ତାଙ୍କ ନିଜ ନିଜ ଶରୀରକୁ ପଥରରେ କାଟି ଦିନ କାଟୁଥିଲେ ।

ଯୀଶୁ ଖ୍ରୀଷ୍ଟ ନାମକ ଜଣେ ବ୍ୟକ୍ତିଙ୍କ ଆସିବା ପର୍ଯ୍ୟନ୍ତ, ଯିଏ କି ଇସା ଅଲ-ମସିହ ନାମରେ ମଧ୍ୟ ଜଣାଶୁଣା ।

ଏହି ବ୍ୟକ୍ତି ଜଣକ ଏତେ ଦୁଃଖଗ୍ରସ୍ତ ହୋଇଥିଲେ ଯେ ଯେତେବେଳେ ସେ ସାହାଯ୍ୟ ମାଗିବା ପାଇଁ ପାଟି ଖୋଲୁଥିଲେ, ଅଶୁଚି ଆତ୍ମା ଚିତ୍କାର କରି ଯୀଶୁଙ୍କୁ କହିଲେ ତାଙ୍କୁ ଏକାକୀ ଛାଡି ଦେବା ପାଇଁ କହିଲେ । କିନ୍ତୁ ଯୀଶୁ ସେଠାରୁ ଚାଲିଗଲେ ନାହିଁ । କ’ଣ ଘଟୁଛି ସେ ଜାଣିଥିଲେ । ଭୟଭୀତ ନ ହୋଇ ସେ ଅଶୁଚି ଆତ୍ମାକୁ ସେହି ବ୍ୟକ୍ତିଙ୍କୁ ଛାଡିବାକୁ ଆଦେଶ ଦେଲେ ।

“ଆମକୁ ରସାତଳକୁ ପଠାନ୍ତୁ ନାହିଁ!” ଅଶୁଚି ଆତ୍ମା ବିନତି କଲା । ସେମାନେ ନିକଟସ୍ଥ ଘୁଷୁରି ପଲ ଭିତରକୁ ଯିବାକୁ ଅନୁରୋଧ କଲେ । ଯୀଶୁ ସେମାନଙ୍କୁ ସେହି ମନୁଷ୍ୟକୁ ଛାଡ଼ି ଅଶୁଚି ପଶୁମାନଙ୍କ ନିକଟକୁ ଯିବାକୁ ଆଦେଶ ଦେଲେ । ସଙ୍ଗେ ସଙ୍ଗେ ସେହି ମନୁଷ୍ୟର ସୁସ୍ଥ ମାନସିକ ଅବସ୍ଥା ଫେରି ଆସିଲା, ଏବଂ ସମଗ୍ର ଘୁଷୁରି ପଲ ଏକ ଶିଖରରୁ ସମୁଦ୍ରକୁ ଡେଇଁପଡ଼ିଲେ ।

ଶେଷରେ, ମନୁଷ୍ୟଟି ମୁକ୍ତ ହେଲା । ସେ ବହୁତ କୃତଜ୍ଞ ଥିଲେ! କିନ୍ତୁ ଏହା କେବଳ ଗୋଟିଏ କାହାଣୀ ନୁହେଁ ।
ମନ୍ଦ ଆତ୍ମାମାନଙ୍କ ଉପରେ ଯୀଶୁ ଖ୍ରୀଷ୍ଟଙ୍କର ଅପାର ଶକ୍ତି ଥିଲା। ସେ ଯେଉଁଆଡେ ଗଲେ, ସେ ମନ୍ଦ ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକଙ୍କୁ ଉଦ୍ଧାର କରିଥିଲେ । ସେ ନିଜ ଶିଷ୍ୟମାନଙ୍କୁ ସୈତାନ ଉପରେ ଅଧିକାର ମଧ୍ୟ ଦେଲେ:

ଦେଖ, ମୁଁ ତୁମ୍ଭମାନଙ୍କୁ ଶତ୍ରୁର ସମସ୍ତ ଶକ୍ତି ଉପରେ କ୍ଷମତା ଦେଉଅଛି, ଆଉ କିଛି ହିଁ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ । ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦିତ ହୁଅ ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖା ଅଛି, ଏଥିରେ ଆନନ୍ଦିତ ହୁଅ । (ଇଞ୍ଜିଲ ନାମରେ ଜଣାଶୁଣା ସୁସମାଚାରରୁ, ଲୂକ ୧୦: ୧୯–୨୦)

ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁସରଣ କରୁ, ଆମେ ଏହି ଜୀବନରେ ନିରାପତ୍ତା ଏବଂ ଭବିଷ୍ୟତ ଜୀବନ ପାଇଁ ସୁନିଶ୍ଚିତତା ପାଇପାରିବା! ମନ୍ଦ ଆତ୍ମାମାନଙ୍କଠାରୁ ମୁକ୍ତି ପାଇବା ପାଇଁ ତିନୋଟି ପଦକ୍ଷେପକୁ ଦେଖିବା ।

ପଦକ୍ଷେପ ୧: ଯୀଶୁ ଖ୍ରୀଷ୍ଟଙ୍କ ନାମର ଶକ୍ତି ଦାବି କରନ୍ତୁ ।

ପ୍ରଥମ ପଦକ୍ଷେପ ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଈଶ୍ୱରଙ୍କ ସୁରକ୍ଷା ଖୋଜିବା । ନିଜକୁ ନିଜେ, ଆମେ ଶକ୍ତିହୀନ। କିନ୍ତୁ ଯେତେବେଳେ ଆମେ ଆମ ଜୀବନ ଉପରେ ଯୀଶୁ ଖ୍ରୀଷ୍ଟଙ୍କ ନାମ ଘୋଷଣା କରୁ, ମନ୍ଦ ଆତ୍ମାମାନେ ଶକ୍ତିହୀନ ହୁଅନ୍ତି! ଯୀଶୁ ତାଙ୍କ ଶିଷ୍ୟମାନଙ୍କ ବିଷୟରେ କହିଥିଲେ: “ସେମାନେ ମୋʼ ନାମରେ ଭୂତ ଛଡ଼ାଇବେ ।” (ସୁସମାଚାର, ମାର୍କ ୧୬:୧୭) 

ଯଦି ଆପଣ ସମ୍ପୂର୍ଣ୍ଣ ହୃଦୟରେ ବିଶ୍ୱାସ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ମୁକ୍ତ କରିବେ, ସେ ତାହା କରିବେ! କେବଳ ଈଶ୍ୱରଙ୍ ନିକଟରେ ଏହି ନିବେଦନ କରନ୍ତୁ, “ପ୍ରଭୁ, ଦୟାକରି ଆପଣ ପଠାଇଥିବା ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୋତେ ମନ୍ଦ ଆତ୍ମାମାନଙ୍କଠାରୁ ଉଦ୍ଧାର କରନ୍ତୁ!” 

ପଦକ୍ଷେପ ୨: ଭିତର ଏବଂ ବାହାର ସଫା ରଖନ୍ତୁ

ଯୀଶୁ ଖ୍ରୀଷ୍ଟ ଶିକ୍ଷା ଦେଇଛନ୍ତି ଯେ ଆମେ ସୈତାନକୁ ପାଦ ରଖିବା ପାଇଁ କୌଣସି ସ୍ଥାନ ଦେବା ଉଚିତ୍ ନୁହେଁ ।
ସେ କହିଲେ, “ଜଗତର ଅଧିପତି ଆସୁଅଛି; ଆଉ, ମୋʼଠାରେ ତାହାର କିଛି ହିଁ ନାହିଁ ।” (ସୁସମାଚାର, ଯୋହନ ୧୪:୩୦) ଆମ ଜୀବନକୁ ସମସ୍ତ ମନ୍ଦ ପ୍ରଭାବରୁ ମଧ୍ୟ ଆମକୁ ପରିଷ୍କାର କରିବାକୁ ହେବ । 

ଏହାର ଅର୍ଥ କ’ଣ ଏହା ଯେ ସୈତାନ “ଆମ ଠାରେ ତାହାର କିଛି ହିଁ ନାହିଁ”? ଏହାର ଅର୍ଥ ଆମର ହୃଦୟରେ କିମ୍ବା ଆମ ଘରେ ଏପରି କିଛି ହିଁ ନାହିଁ ଯାହା ତା’ର ଅଟେ । ଆମକୁ ଅନ୍ଧବିଶ୍ୱାସର ମୋହ ଏବଂ ଡେଉଁରିଆକୁ ଫିଙ୍ଗିବାକୁ ପଡିବ । ଅଶ୍ଳୀଳତା, ନିଶାଦ୍ରବ୍ୟ ଏବଂ ମଦ୍ୟପାନ ପରି ପାପପୂର୍ଣ୍ଣ ମନ୍ଦ କାର୍ଯ୍ୟରୁ ଆମକୁ ଦୂରେଇ ରହିବା ଆବଶ୍ୟକ । ଯଦି ଆମେ ମୃତମାନଙ୍କ ସହିତ କଥା ହେବା କିମ୍ବା ଅଭିଶାପ ଦେବା ରୀତିନୀତିରେ ଜଡିତ ହୋଇଅଛୁ, ତେବେ ଆମେ ତୁରନ୍ତ ଏହି କାର୍ଯ୍ୟକଳାପ ବନ୍ଦ କରିବା ଆବଶ୍ୟକ । ଏହିପରି, ଆମେ ଆମର ବାହ୍ୟ ପରିବେଶକୁ ମନ୍ଦ ଆତ୍ମା ପ୍ରଭାବରୁ ପରିଷ୍କାର କରିଥାଉ । ତା’ପରେ, ଆମକୁ କ୍ଷମା କରିବା ପାଇଁ ଏବଂ ଭିତରୁ ଆମକୁ ଶୁଦ୍ଧ କରିବା ପାଇଁ ଆମେ ପରମେଶ୍ୱର ନିକଟରେ ପ୍ରାର୍ଥନା କରିବା ଆବଶ୍ୟକ ।

ପଦକ୍ଷେପ ୩: ଆପଣଙ୍କ ଜୀବନକୁ ଆଲୋକରେ ପୂର୍ଣ୍ଣ କରନ୍ତୁ

ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ମନ୍ଦ ଆତ୍ମାର ଶକ୍ତିରୁ ଉଦ୍ଧାର କରିବା ପରେ, ଆପଣଙ୍କ ଜୀବନର ଦାୟିତ୍ୱରେ ରହିବାକୁ ତାଙ୍କୁ ନିମନ୍ତ୍ରଣ କରନ୍ତୁ । ଆପଣଙ୍କ ହୃଦୟକୁ ଖାଲି ଛାଡ଼ନ୍ତୁ ନାହିଁ । ଯୀଶୁ ଖ୍ରୀଷ୍ଟ କହିଥିଲେ,

ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ଉତ୍ତାରେ ଜଳଶୂନ୍ୟ ସ୍ଥାନସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ । ତା’ପରେ ସେ କୁହେ, ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ଉତ୍ତାରେ ଜଳଶୂନ୍ୟ ସ୍ଥାନସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ। ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି, ମୋର ସେହି ଘରକୁ ବାହୁଡ଼ିଯିବି; ପୁଣି, ସେ ଆସି ତାହା ଶୂନ୍ୟ, ମାର୍ଜିତ ଓ ସୁଶୋଭିତ ଦେଖେ। ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତୋଟା ଆତ୍ମା ସାଙ୍ଗରେ ଘେନି ଆସେ, ପୁଣି ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ। ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହି ପ୍ରକାର ଘଟିବ। (ମାଥିଉ ୧୨:୪୩-୪୫)

ଯେତେବେଳେ ଆପଣ ମନ୍ଦଶକ୍ତିଠାରୁ ପରିଷ୍କୃତ ହୋଇଛ, ଆପଣଙ୍କ ଜୀବନକୁ ଯୀଶୁଙ୍କ ପୁସ୍ତକ ବାଇବଲର ଆଲୋକରେ ପୂର୍ଣ୍ଣ କରନ୍ତୁ । ଯୀଶୁ ଖ୍ରୀଷ୍ଟ କହିଥିଲେ, “ଯେକେହି ମୋʼଠାରେ ବିଶ୍ୱାସ କରେ,
ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ
ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି ।” (ସୁସମାଚାର, ଯୋହନ ୧୨:୪୬) ଯୀଶୁଙ୍କ ପୁସ୍ତକର ଏକ କପି ପ୍ରାପ୍ତ କରନ୍ତୁ ଏବଂ ଏହାକୁ ପ୍ରତିଦିନ ପଢନ୍ତୁ ଯାହା ଦ୍ୱାରା ତାଙ୍କର ଆଲୋକ ଅନ୍ଧକାରକୁ ବାହାର କରିଦେବ ।

ଭବିଷ୍ୟତ ପାଇଁ ସୁରକ୍ଷା

ଆମେ ଶେଷ ସମୟରେ ବାସ କରୁଛୁ ଯେତେବେଳେ ମନ୍ଦ ଆତ୍ମାମାନେ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ଅଟନ୍ତି । ଯୀଶୁ ଖ୍ରୀଷ୍ଟ ଭବିଷ୍ୟବାଣୀ କରିଛନ୍ତି ଯେ ସେ ଫେରିବା ପୂର୍ବରୁ ମନ୍ଦ ଶକ୍ତିମାନେ ଅନେକ ମିଥ୍ୟା ଆଶ୍ଚର୍ଯ୍ୟ କର୍ମ କରିବେ ଏବଂ ବିଶ୍ୱାସୀମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରିବେ । କେତେକଙ୍କ ପାଇଁ, ଜିନ୍‍ମାନେ ଭୟଙ୍କର ଭୂତ ରୂପରେ ଦେଖାଯିବେ; ଅନ୍ୟମାନଙ୍କ ପାଇଁ, ସେମାନେ ଦେବଦୂତ କିମ୍ବା ମୃତ ସମ୍ପର୍କୀୟ ଭାବରେ ଦେଖାଯିବେ ।
ସୈତାନ ନିଜେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିବ!

କିନ୍ତୁ ଆପଣ ମିଥ୍ୟା ଦ୍ୱାରା ପ୍ରତାରିତ ହେବାର ଆବଶ୍ୟକତା ନାହିଁ । ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁସରଣ କରନ୍ତି, ସେ ଆପଣଙ୍କୁ ସୈତାନକୁ ପ୍ରତିରୋଧ କରିବାକୁ ଶକ୍ତି ଦେବେ । ପ୍ରିୟ ବନ୍ଧୁ, ଆଜି ଆପଣଙ୍କ ସଂଘର୍ଷ ଯାହା ବି ହେଉ, ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ମୁକ୍ତ କରନ୍ତୁ!

ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଅନୁଗାମୀ ମନ୍ଦ ଆତ୍ମାମାନଙ୍କଠାରୁ ଆପଣଙ୍କ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଚାହାଁନ୍ତି, ଦୟାକରି ଏହି କାଗଜର ପଛପଟେ ଥିବା ସୂଚନାରେ ଆମ ସହିତ ଯୋଗାଯୋଗ କରନ୍ତୁ ।

Copyright © 2023 by Sharing Hope Publications. ବିନା ଅନୁମତିରେ ଅଣ-ବ୍ୟବସାୟିକ ଉଦ୍ଦେଶ୍ୟରେ କାର୍ଯ୍ୟ ମୁଦ୍ରଣ ଏବଂ ଅଂଶୀଦାର କରାଯାଇପାରିବ ।
ଶାସ୍ତ୍ର ଓଡ଼ିଆ-ସଂସ୍କରଣ (ପୁନଃ-ସମ୍ପାଦିତ) ରୁ ନିଆଯାଇଛି - ପବିତ୍ର ବାଇବଲ (ପୁନଃ-ସମ୍ପାଦିତ)। ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶନ © ୨୦୧୪ । ଅନୁମତି ଦ୍ୱାରା ବ୍ୟବହୃତ। ସମସ୍ତ ଅଧିକାର ବିଶ୍ୱବ୍ୟାପୀ ସଂରକ୍ଷିତ ।
contact-us-img

ଆମ ସହିତ ଯୋଗାଯୋଗ କରନ୍ତୁ

ନିମ୍ନଲିଖିତ ଫର୍ମ ପୁରଣ କରନ୍ତୁ ଓ ଆମେ ଆପଣଙ୍କୁ ଶୀଘ୍ର ଫେରିପାଇବୁ।

Write the characters you see in the image to prove you are human