
ଗୋଟିଏ ଆଶ୍ଚର୍ଯ୍ୟକର୍ମର ଦିନ
ସାରାଂଶ
ବିମଲଙ୍କ ତିକ୍ତ ସମ୍ପର୍କ ତାଙ୍କ ପତ୍ନୀଙ୍କ ସହ ଦିନକୁ ଦିନ ଖରାପ ହେବାରେ ଲାଗିଥିଲା। କିନ୍ତୁ ଦିନେ ସେ ବିଶ୍ରାମବାର ବିଷୟରେ ଜାଣିବାକୁ ପାଇଲେ, ଯାହା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ସମ୍ମାନରେ ଏକ ବିଶେଷ ପବିତ୍ର ଦିନ ଅଟେ। ସେ ପ୍ରଭୁ ଯୀଶୁଙ୍କ ପୁସ୍ତକ ପଢ଼ିବା ଆରମ୍ଭ କଲେ ଓ ପ୍ରତି ସପ୍ତାହରେ ବିଶ୍ରାମ ଦିବସ ବା ଶନିବାର ଦିନ ପାଳନ କଲେ। ଧିରେ ଧିରେ ଭିମାଲଙ୍କ କ୍ରୋଧ ତରଳି ଗଲା ଏବଂ ତାଙ୍କ ବୈବାହିକ ଜୀବନରେ କିଛି ପରିବର୍ତନ ଘଟିବାକୁ ଲାଗିଲା।
ଟାଇପ୍ କରନ୍ତୁ
Tract
ପ୍ରକାଶକ
Sharing Hope Publications
ଉପଲବ୍ଧରେ
22 ଭାଷାଗୁଡିକ
ପୃଷ୍ଠାଗୁଡ଼ିକ
6
ବିମଲ୍ ତାଙ୍କ ଅଟୋ-ରିକ୍ସାକୁ ଟାଣି ରାସ୍ତା ପାର୍ଶ୍ୱରେ ଠିଆ କଲେ| ଯଦିଓ ଦିନସାରା ତାଙ୍କର ଅନେକ ଗ୍ରାହକ ଥିଲେ ସୁଦ୍ଧା, ତଥାପି ସେ ଖୁସି ନଥିଲେ । ସେ ତାଙ୍କ ବିବାହ ବିଷୟରେ ଭାବିବା ବନ୍ଦ କରି ପାରିଲେ ନାହିଁ | ଏହା ବିଖଣ୍ଡିତ ହେଉଥିଲା!
ସେ ତାଙ୍କ ପତ୍ନୀ ସୀମାଙ୍କୁ ଭଲ ପାଉଥିଲେ, କିନ୍ତୁ ସେ ପ୍ରତି ଦିନ ତାଙ୍କୁ ମାଡ଼ ମାରିବାରେ ନିଜକୁ ରୋକି ପାରିନଥିଲେ| ସୀମା ତାଙ୍କୁ ବହୁତ ରାଗ କରାଇଲେ । ସେ ଏହା କରିବାକୁ ଚାହୁଁ ନ ଥିଲେ, ତଥାପି ଏହା ତତକ୍ଷଣାତ ହୋଇ ଯାଉଥିଲା|
ପୂଜା ସମୟରେ ବାଜା ବାଜିଲେ ସୀମା ମନ୍ଦଆତ୍ମା ଦ୍ୱାରା ଆକ୍ରାନ୍ତ ହୋଇ ଭୀଷଣ ନାଚ କରୁଥିଲେ, ତାଙ୍କ ଶରୀରର ନିୟନ୍ତ୍ରଣ ହରାଇ ନିଜ ପୋଷାକ ଚିରି ଦେଉଥିଲେ । ସେ ଯେପରି ନିଜର ନିୟନ୍ତ୍ରଣକୁ ହରାଇବ ତାହା ବିମଲକୁ ଭଲ ଲାଗିଲା ନାହିଁ | ସେ ତାଙ୍କୁ କହିଲେ, “ପୂଜାପାଠକୁ ଯିବା ବନ୍ଦ କର”, କିନ୍ତୁ ସେ ଶୁଣିଲେ ନାହିଁ । ସେ ଚିରା ବା ଛିନ୍ନ ପୋଷାକରେ ଓ ପଶୁ ବଳିର ରକ୍ତ ମୁହଁରେ ଲାଗିଥାଇ ଘରକୁ ଆସିଲାବେଳେ ବିମଲ କ୍ରୋଧ ହୋଇ ତାଙ୍କୁ ମାଡ଼ ମାରିଲେ ।
ସୀମା ଦୁଇଥର ଗର୍ଭବତୀ ହୋଇଥିଲେ କିନ୍ତୁ ଉଦ୍ଦଣ୍ଡ ପୂଜା ହେତୁ ତାଙ୍କର ଗର୍ଭ ନଷ୍ଟ ହୋଇଗଲା| ସେ ଅଧିକରୁ ଅଧିକ ଜିଦଖୋର ହେଲେ ଆଉ ବିମଲ ସେତେ ଅଧିକ କ୍ରୋଧ, ଉଦାସୀନ ହୋଇ ନିଜକୁ ଦୋଷୀ ମଣିଲେ ।
ଗୋଟିଏ ଉତ୍ତମ ଉପାୟ
ବିମଲ ତାଙ୍କ ଅଟୋ-ରିକ୍ସାରେ ବସିଥିବା ସମୟରେ, ସେ ହତାଶ ହୋଇ ଏକ ଭଲ ଉପାୟ ପାଇଁ ଚିନ୍ତା କରୁଥିଲେ । ହଠାତ୍, ସେ ରାସ୍ତା ପାଖରେ ଥିବା ଏକ କୋଠା ଭିତରୁ ସ୍ୱର ଶୁଣିଲେ । ପିଲା ଏବଂ ବୟସ୍କମାନେ ସେହି ଭିତରେ ଥିଲେ, କେହି ଜଣେ କାହାଣୀ କହୁଥିବା ବେଳେ ସେମାନେ ଶୁଣୁଥିଲେ ।
କାହାଣୀ କହୁଥିବା ଲୋକଟି ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଥିଲେ ଯିଏ ତାଙ୍କ ସମସ୍ୟାରୁ ପଳାୟନ କରୁଥିଲେ । ସେ ତାଙ୍କ ଯାଆଁଳା ଭାଇଙ୍କ ପ୍ରତି ବିଶ୍ୱାସଘାତକତା ତାଙ୍କୁ ଏତେ ଅଧିକ ଆଘାତ ଦେଇଥିଲା ଯେ ସେ ନିଜ ଜୀବନ ପାଇଁ ଭୟ କଲେ । ତାହାଙ୍କ ପଳାୟନ ସମୟରେ ସେ ମରୁଭୂମିରେ ଶୋଇବାକୁ ଅଟକି ଗଲେ । ତକିଆ ଭାବରେ ଏକ ପଥର ବ୍ୟତୀତ ତାଙ୍କୁ ଆରାମ ଦେବା ପାଇଁ ତାଙ୍କ ପାଖରେ କିଛି ନଥିଲା| ସେ ଏକାକୀ ଅନୁଭବ କଲେ ଏବଂ ନିଜ ପରିବାରକୁ ଭାଙ୍ଗି ଯାହା କରିଥିଲେ ସେଥିପାଇଁ ସେ ଦୁଃଖିତ ହେଲେ । ବିମଲ୍ ଅତି ନିକଟରୁ ଶୁଣିଲେ । ଏହି ଲୋକଟି ଯେମିତି ନିଶ୍ଚିୟ ଅନୁଭବ କରିଥିବ ତାହା ସେ ଜାଣିଲେ ।
“କାହାଣୀ କହୁଥିବା ଲୋକଟି” କାହାଣୀ କହି ଚାଲିଥିଲେ । ଲୋକଜଣକ ଶୋଇଥିବା ବେଳେ ସେ ଏକ ସ୍ୱପ୍ନ ଦେଖିଲେ । ସେ ସ୍ୱର୍ଗ ପର୍ଯ୍ୟନ୍ତ ପହଞ୍ଚୁଥିବା ଏକ ସିଡ଼ି ଦେଖିଲେ । ଦୂତମାନେ ସିଡ଼ିରେ ଆରୋହଣ ଓ ଅବରୋହଣ କରୁଛନ୍ତି, ସତେ ଯେପରି ଏହି ଦୁଃଖୀ, ଭଗ୍ନ ମଣିଷଟି ପାଇଁ ଆଶୀର୍ବାଦ ଆଣୁଥିଲେ । ସେ ଉଠିଲାବେଳକୁ ଖୁସି ଅନୁଭବ କଲେ । ସେ ଯେଉଁ ପଥରକୁ ତକିଆ ଭାବେ ବ୍ୟବହାର କରିଥିଲେ ସେହି ପଥରରେ ସେ ନିଜ ପରମେଶ୍ୱରଙ୍କ ପାଇଁ ଏକ ସ୍ମାରକୀ ନିର୍ମାଣ କଲେ । ସିଡ଼ିର ଦର୍ଶନ ତାଙ୍କୁ ପୁଣି ଥରେ ପରମେଶ୍ୱରଙ୍କ ସହ ସଂଯୁକ୍ତ ଅନୁଭବ କରାଇଲା ଏବଂ ସବୁକିଛି ଠିକ୍ ହେବାକୁ ଯାଉଛି ବୋଲି ସେ ଜାଣିଲେ ।
ଏକ ନୂତନ ପୁସ୍ତକ
ଯେତେବେଳେ ଲୋକମାନେ ଚାଲିଗଲେ, ବିମଲ୍ ଲାଜକୁଳା ଭାବରେ କୋଠା ଭିତରକୁ ପ୍ରବେଶ କଲେ ।
କାହାଣୀକାର ତାଙ୍କୁ “ଶୁଭ ବିଶ୍ରାମବାର” ଶୁଭେଚ୍ଛା ଜଣାଇଲେ । “ବିଶ୍ରାମ ଦିବସ କ’ଣ?” ବିମଲ ଆଗ୍ରହରେ ପଚାରିଲେ ।
କାହାଣୀକାର ଉତ୍ତର ଦେଲେ, “ଆମେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଉପାସନା କରୁ|“ ଏବଂ ସେ ଆମକୁ ସପ୍ତାହର ସପ୍ତମ ଦିନ ଯାହା ବିଶ୍ରାମ ଦିବସରେ ଉପାସନା କରିବାକୁ କୁହନ୍ତି, କାରଣ ସେ ଛଅ ଦିନରେ ପୃଥିବୀକୁ ସୃଷ୍ଟି କରିଥିଲେ| ଲୋକଟିର ସ୍ୱପ୍ନରେ ଥିବା ସିଡ଼ି ଯେପରି ସ୍ୱର୍ଗ ଏବଂ ପୃଥିବୀକୁ ସଂଯୋଗ କରେ, ବିଶ୍ରାମବାର ହେଉଛି ଏକ ସାପ୍ତାହିକ ପବିତ୍ର ଦିନ ଯାହା ଆମକୁ ପରମେଶ୍ୱରଙ୍କ ସହିତ ଯୋଡ଼ିଥାଏ| “ଯେବେ ଆମେ ଏହି ଶନିବାର ଦିନ ଉପାସନା କରୁ, ସେତେବେଳେ ଆମେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ପ୍ରତି ଆମର ଭକ୍ତି ପ୍ରଦର୍ଶନ କରୁ ଏବଂ ତାଙ୍କ ଆଶୀର୍ବାଦ ଗ୍ରହଣ କରୁ|”
ଯାଆଁଳା ଭାଇଙ୍କ କାହାଣୀ ବିମଲ୍ ମନକୁ ସ୍ପର୍ଶ କଲା| “ଆପଣ ସେହି କାହାଣୀ କେଉଁଠୁ ପାଇଲେ?”
“ଏହା ବାଇବଲରୁ ଆସିଛି, ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁସ୍ତକ ଅଟେ,” କାହାଣୀକାର ପୁସ୍ତକଟିକୁ ଥାକରୁ ନେଇ ବିମଲଙ୍କୁ ଦେଲେ| “ଏଠାରେ ଆପଣ କାହାଣୀ ପଢିପାରିେବ|”
ବିମଲ୍ ସେହି ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇ ତାଙ୍କ ନୂଆ ପୁସ୍ତକ ଧରି ଘରକୁ ଗଲେ| ସେ ପଢ଼ିବାବେଳେ ଶାନ୍ତ ଅନୁଭବ କଲେ| ପରବର୍ତ୍ତୀ ଶନିବାର ଦିନ ଆସିଲେ| ସେ ଚୁପଚାପ୍ ବସି ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ପବିତ୍ର ଦିନରେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ ତାଙ୍କ ହୃଦୟରେ କିଛି ଆଶ୍ଚର୍ଯ୍ୟକର୍ମ ଘଟିବାକୁ ଲାଗିଲା|
ଜଣେ ପରିବର୍ତ୍ତିତ ମଣିଷ
ଦିନେ, ବିମଲ୍ ତାଙ୍କର ନୂତନ ପୁସ୍ତକ ପଢିବାବେଳେ, ସେ ଏକ ପଦ ପାଇଲେ ଯେଉଁଥିରେ କୁହାଯାଇଥିଲା, “ତୁମ୍ଭେମାନେ କି ଜାଣ ନାହିଁ ଯେ, ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି” (୧ କରିନ୍ଥୀୟ ୩: ୧୬. ବାଇବଲ)| ହଠାତ୍ ତାଙ୍କ ମନରେ ଆଲୋକ ଦେଖାଗଲା| ଯେହେତୁ ଶରୀର ପରମେଶ୍ୱରଙ୍କ ମନ୍ଦିର ତେଣୁ ଏହାକୁ ଆଘାତ ଦେବାର ଅଧିକାର କାହାରି ପାଖରେ ନାହିଁ ବୋଲି ସେ ଭାବିଲେ । ମୁଁ ଆଉ ମୋ ପତ୍ନୀଙ୍କୁ ମାଡ଼ ମାରିବା ଉଚିତ୍ ନୁହେଁ|
ଅତୀତରେ ସେ ଅନେକ ଥର ଅଟକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥର ଏହା ପ୍ରକୃତରେ କାମ କଲା| ସେ ଜାଣିଲେ ଯେ ବାଇବଲ ପଢ଼ିବା ଏବଂ ବିଶ୍ରାମ ଦିବସରେ ଉପାସନା କରିବା ଦ୍ୱାରା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ସହ ଯୋଡି ହୋଇ ରହିବା, ଯିଏ ତାଙ୍କ ହୃଦୟକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କଲେ| ଏକ ଐଶ୍ୱରୀୟ ହସ୍ତ ଯେପରି ତାଙ୍କ ଛାତି ଭିତରୁ ପଥର ହୃଦୟକୁ ବାହାର କରି ଏହା ବଦଳରେ ଦୟାର କୋମଳ ହୃଦୟ ରଖିଦେଲା ପରି ଏହା ଅନୁଭବ କଲେ|
ପୁନଃମିଳିତ!
ଅନେକ ବର୍ଷ ଧରି, ବିମଲ୍ ପବିତ୍ର ବିଶ୍ରାମ ଦିନରେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଉପାସନା ଜାରି ରଖିଥିଲେ । ଧିରେ ଧିରେ ସୀମା ତାଙ୍କ ସ୍ୱାମୀଙ୍କ ପରିବର୍ତ୍ତନକୁ ଲକ୍ଷ୍ୟ କଲେ । ବିମଲ୍ ଆଉ ତାଙ୍କୁ ମାରିଲେ ନାହିଁ| ବରଂ ସେ ଭଦ୍ର ଓ ଦୟାଳୁ ହେଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ, ସୀମା ବହୁତ କ୍ଳାନ୍ତ ଓ ଉଦାସୀନ ଥିଲେ । ସେ ଦେଖିଲେ ଯେ ବିମଲ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁସ୍ତକ ପଢି ଶନିବାର ଦିନ ତାଙ୍କ ଉପାସନାରୁ ଘରକୁ ଫେରିବା ପରେ ସେ ସର୍ବଦା ଏତେ ଶାନ୍ତ ପରି ମନେ ହେଉଥିଲା । ଶେଷରେ, ଯେତେବେଳେ ବିମଲ୍ ସୀମାକୁ ପଚାରିଲେ ତାଙ୍କ ସହ ଉପାସନାରେ ଯିବାକୁ ଚାହୁଁଛନ୍ତି ନା ନାହିଁ, ସେତେବେଳେ ସେ ଯିବାକୁ ରାଜି ହେଲେ|
ବିମଲ୍ କହନ୍ତି, “ବିଶ୍ରାମ ଦିବସ ଆମ ପରିବାର ପାଇଁ ଗୋଟିଏ ବିଶେଷ ପବିତ୍ର ଦିନ ।” “ଏହା ହିଁ ଗୋଟିଏ ଦିନ ଯେବେ ପରମେଶ୍ୱର ଆମକୁ ତାଙ୍କ ସହ ସଂଯୁକ୍ତ ହେବା ପାଇଁ ନିମନ୍ତ୍ରଣ କରନ୍ତି । ଯେତେବେଳେ ଆମେ ତାଙ୍କ ସହିତ ଏହିପରି ସଂଯୁକ୍ତ ହେଲେ, ସେ ଆଶ୍ଚର୍ଯ୍ୟକର୍ମ କରନ୍ତି । ମୁଁ ଜାଣେ ଯେ ମୋ ସ୍ତ୍ରୀ ସହ ମୋର ବୈବାହିକ ଜୀବନରେ ଆଜି ଆମେ ଖୁସିରେ ଅଛୁ| କାରଣ ମୁଁ ପ୍ରତ୍ୟେକ ଦିନ ବିଶେଷ ଭାବରେ ବିଶ୍ରାମ ଦିବସରେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଉପାସନା କରିବା ଶିଖିଲି| ବିଶ୍ରାମ ଦିନର ଆଶୀର୍ବାଦ ଆମକୁ ପରମେଶ୍ୱରଙ୍କ ସହ ପରସ୍ପରରକୁ ନିକଟତର କରିଥାଏ|
ଆଜି ବିମଲ୍ ଏବଂ ସୀମାଙ୍କ ବୈବାହିକ ଜୀବନ ଦୁଇ ପୁଅଙ୍କ ସହ ଆନନ୍ଦରେ ଅଛନ୍ତି । ସେମାନେ ସମସ୍ତ ପଡ଼ୋଶୀମାନଙ୍କୁ ବିଶ୍ରାମ ଦିନର ଆଶୀର୍ବାଦ ବିଷୟରେ କହନ୍ତି|
ଯଦି ଆପଣ ବିଶ୍ରାମ ଦିନ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା କରନ୍ତି କିମ୍ବା ଏକ ବାଇବଲ ପାଇବାକୁ ଚାହାଁନ୍ତି, ଦୟାକରି ଏହି ପତ୍ରିକାର ପରପୃଷ୍ଠାରେ ଥିବା ସୂଚନାକ୍ରମେ ଆମ ସହିତ ଯୋଗାଯୋଗ କରନ୍ତୁ|
Copyright © 2023 by Sharing Hope Publications. ବିନା ଅନୁମତିରେ ଅଣ-ବ୍ୟବସାୟିକ ଉଦ୍ଦେଶ୍ୟରେ କାର୍ଯ୍ୟ ମୁଦ୍ରଣ ଏବଂ ଅଂଶୀଦାର କରାଯାଇପାରିବ।ଶାସ୍ତ୍ର ଓଡ଼ିଆ-ସଂସ୍କରଣ (ପୁନଃ-ସମ୍ପାଦିତ) ରୁ ନିଆଯାଇଛି - ପବିତ୍ର ବାଇବଲ (ପୁନଃ-ସମ୍ପାଦିତ)। ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶନ © ୨୦୧୪ । ଅନୁମତି ଦ୍ୱାରା ବ୍ୟବହୃତ। ସମସ୍ତ ଅଧିକାର ବିଶ୍ୱବ୍ୟାପୀ ସଂରକ୍ଷିତ|

ଆମ ସହିତ ଯୋଗାଯୋଗ କରନ୍ତୁ
ନିମ୍ନଲିଖିତ ଫର୍ମ ପୁରଣ କରନ୍ତୁ ଓ ଆମେ ଆପଣଙ୍କୁ ଶୀଘ୍ର ଫେରିପାଇବୁ।